JNU ରେ ଦୀପିକା ଝଡ !

ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ଅଜଣା ମୁଖାଧାରୀଙ୍କ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ପବିରୁଦ୍ଧରେ ଦେଶବ୍ୟାପି ପ୍ରତିବାଦ ଦେଖିବାକୁ ମିଳିଛି । ଘଟଣା ଘଟିବାର ଦୁଇଦିନ ପରେ ଦିଲ୍ଲୀରେ ଆକ୍ରମଣରେ ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ଶାନ୍ତି ପ୍ରତିବାଦରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଉପସ୍ଥିତ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଦୀପିକାଙ୍କ ନିକଟତମ ସୁତ୍ରରୁ ପ୍ରାପ୍ତ ଖବର ଅନୁସାରେ ଏହା ଆକ୍ରମଣରେ ଆଘାତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ଦୁଖଃରେ ସହଭାଗୀ ହେବାପାଇଁ କହୁଥିବା ବେଳେ ସମାଲୋଚକ ମାନେ ଏହକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି । ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଯାଉଥିବା ସିନେମାର ପ୍ରମୋସନ ପାଇଁ ଏହା ଦୀପିକାଙ୍କ ନୂଆ ଚାଲ୍ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ଦେଖିବାକୁ ଗଲେ ଗତକାଲି ଏକ ଜାତୀୟ ଗଣମାଧ୍ୟମକୁ ଦୀପିକା ସାକ୍ଷାତକାର ଦେବା ଅବସରରେ ସେ ଜେଏନୟୁର ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଆକ୍ରମଣକୁ ନେଇ ଆଦୌ ଭୟଭିତ ନହେବାକୁ ଆହ୍ବାନ ଦେଇଛନ୍ତି ।

JNU ରେ ଦୀପିକାଙ୍କ ଉପସ୍ଥିତ ଜାତୀୟ ରାଜନୀତିରେ ଝଡ ସୃଷ୍ଠି କରିଛି । ଅନ୍ୟପକ୍ଷରେ ଆକ୍ଳମଣରେ ଗୁରୁତ୍ବର ଆଘାତ ହୋଇଥିବା ଛାତ୍ରସଂସଦର ସଭାନେତ୍ରୀ ଆଏସି ଘୋଷଙ୍କ ସମେତ ୨୬ଜଣଙ୍କୁ କ୍ୟାମ୍ପସରେ ବିଶୃଙ୍ଖଳା ଆଚରଣ ଅଭିଯୋଗରେ ପୋଲିସରେ ମାମଲା ରୁଜୁ ହୋଇଛି । ଏହି ଘଟଣା ପରେ ବିଶ୍ବବିଦ୍ୟାଳୟ ପରିସରରେ ବାମ ଓ ଦକ୍ଷିଣ ପନ୍ଥୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି ।

Related Posts