ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଆଜି ଦେଶର ମହିଳାମାନଙ୍କୁ ଏକ ବଡ ଅଧିକାର ପ୍ରଦାନ କରିଛନ୍ତି । ଏହି ଅଧିକାର ଅନୁସାରେ ବିବାହିତ ଓ ଅବିବାହିତ ସମସ୍ତ ମହିଳା ନିଜ ଇଚ୍ଛା ଅନୁସାରେ ଗର୍ଭପାତ କରିପାରିବେ । ମେଡିକାଲ ଟିର୍ମନେଶନ ଅଫ ପ୍ରେଗେନ୍ସି ଆକ୍ଟ ଅନୁସାରେ ୨୪ ସପ୍ତାହ ପର୍ଯ୍ୟନ୍ତ ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର ମିଳିବ ।ସୁପ୍ରିମକୋର୍ଟଙ୍କ ଅନୁସାରେ କୌଣସି ମହିଳାଙ୍କ ବୈବାହିକ ସ୍ଥିତି ତାଙ୍କର ଗର୍ଭପାତ ଅଧିକାରରୁ ତାଙ୍କୁ ବଞ୍ଚିତ କରାଇ ପାରିବ ପାହିଁ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ଏହା ଦ୍ୱାରା ଜଣେ ମହିଳା ନିଜର ଇଚ୍ଛା ଅନୁସାରରେ ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିପାରିବ ।

ସୁପ୍ରିମକୋର୍ଟର ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଏଏସ ବୋପାନ୍ନା ଓ ଜେପି ପରିଡୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ଶୁଣାଣୀ କରିଛନ୍ତି । ଗତ ମାସରେ ସୁପ୍ରିମକୋର୍ଟ ଜଣେ ୨୫ ବର୍ଷୀୟ ମହିଳାଙ୍କୁ ୨୪ ସପ୍ତାହ ପରେ ଗର୍ଭପାତ ଅନୁମତି ଦେଇ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ବିରୋଧ କରି ଅଭିଯୋଗ କରାଯାଇଥିଲା । ଯାହାର ଶୁଣାଣୀ କରି ସୁପ୍ରିମକୋର୍ଟ ଆଜି ଏହି ରାୟ ପ୍ରଦାନ କରିଛନ୍ତି ।