ସଂସଦର ଆଗାମୀ ମୌସୁମୀ ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ଓମ ବିର୍ଲା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦର ମୌସୁମି ଅଧିବେଶନ ୧୮ ଜୁଲାଇ ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନର ପୂର୍ବରୁ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ସର୍ବଦଳୀୟ ବୈଠକ ଡକାଇଛନ୍ତି ।ଆଜି ସନ୍ଧ୍ୟା ୪ଟାରେ ସଂସଦର ପୁସ୍ତକ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସଂସଦ ଅଧିବେଶନର କାର୍ଯ୍ୟ ଓ ଗୃହ କିପରି ଶାନ୍ତି ଶୃଙ୍ଖଳାର ସହ ଚାଲି ପାରିବ ସେନେଇ ଆଲୋଚନା ହେବ । ବୈଠକରେ ସମସ୍ତ ରାଜନୈତିକ ଦଳର ନେତାମାନେ ସାମିଲ ହେବେ।

ସୂଚନା ଅନୁସାରେ ଏଥର ମୌସୁମୀ ଅଧିବେଶନରେ ୨୪ଟି ନୂଆ ବିଲ ଉପସ୍ଥାପନ ହେବାକୁ ଯାଉଛି। କିଛି ବିଲକୁ ନେଇ ଗୃହରେ ହଟ୍ଟଗୋଳ ମଧ୍ୟ ହୋଇପାରେ । ଏଥିରେ ଡିଜିଟାଲ ମିଡିଆ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ ମଧ୍ୟ ରହିଥିବା କୁାହାଯାଉଛି। ତେଣୁ ଆଜିର ସର୍ବଦଳୀୟ ବୈଠକର ଆସନ୍ତା ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ଵ ରହିଛି। ତେବେ ମହଙ୍ଗା ମାଡ ଓ ଅଗ୍ନିପଥ ଯୋଜନାକୁ ନେଇ ବିରୋଧି କଂଗ୍ରେସ ସରକାରକୁ ଘେରିବାକୁ ନିଜ ବୈଠକରେ ନିଷ୍ପତି ନେଇଛି।

Related Posts