ଶ୍ରୀଲଙ୍କାରେ ଜୁଲାଇ ୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ଜୁଲାଇ ୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ । ତେବେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ପଳାଇ ଯିବା ଖବର ପାଇବା ପରେ ଲୋକମାନେ ତାଙ୍କ ବାସଭବନ ଓ ରାଷ୍ଟ୍ରପତି ଭବନ କବଜା କରିଛନ୍ତି । ଲୋକମାନଙ୍କର ହିଂସକ ପ୍ରଦର୍ଶନ ଭିତରେ ସରକାର ଦେଶର ସମସ୍ତ ସ୍କୁଲ ସମେତ ୪ ଟି ବିଶ୍ୱବିଦ୍ୟାଳୟକୁ ଜୁଲାଇ ମାସ ୧୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ସେପେଟେ ଏଭଳି ପ୍ରଦର୍ଶନକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଏକ ଜରୁରୀ ବୈଠକ ଡାକିଥିଲେ । ଏହି ବୈଠକରେ ସମସ୍ତ ନେତାମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଥିବା ସୂଚନା ରହିଛି । ଏହାସହ ପ୍ରଧାନମନ୍ତ୍ରୀ ଶାନିଲ ବିକ୍ରମାସିଂଘେ କହିଛନ୍ତି କି, ବୈଠକର ନିଷ୍ପତ୍ତି ଦେଶର ଜନସାଧାରଣଙ୍କୁ ଜଣାଇ ଦିଆଯିବ । ଏହାସହ ଦେଶର ସୁରକ୍ଷା ଓ ଆର୍ଥିକ ସଂକଟରୁ କିଭଳି ମୁକ୍ତି ମିଳିବ ସେନେଇ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts