ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ଉମଙ୍ଗ ସିଙ୍ଘାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ; ରୁଜୁ ହେଲା ମାମଲା, ବିଧାୟକ ଫେରାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ରାଷ୍ଟ୍ରୀୟ ସଚିବ ଓ ଗୁଜରାଟ ନିର୍ବାଚନରେ ସହ-ପ୍ରଭାରୀ ଦାୟିତ୍ୱରେ ଥିବା ମଧ୍ୟପ୍ରଦେଶ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ, ଉମଙ୍ଗ ସିଙ୍ଘାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଫ୍ଆଇଆର୍ ଦାଖଲ କରିଥିବା ମହିଳା ନିଜକୁ ଉମଙ୍ଗ ସିଙ୍ଘାରଙ୍କ ପତ୍ନୀ ବୋଲି କହିଛନ୍ତି। ଏଫଆଇଆର ରୁଜୁ ହେବା ପରଠାରୁ ଉମଙ୍ଗ ସିଙ୍ଘାର ଫେରାର ହୋଇଯାଇଥିବା ସୂଚନା ମିଳିଛି।ଯେଉଁ ମହିଳା ଏଫଆଇଆର ଦାଖଲ କରିଥିଲେ ସେ ଜଣେ କଂଗ୍ରେସ ନେତ୍ରୀ ବୋଲି କୁହାଯାଉଛି।

ତେବେ କଂଗ୍ରେସ ନେତା ଉମଙ୍ଗ ସିଙ୍ଘାର୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଗୁଜରାଟ ଗସ୍ତରେ ଥିବା ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ବୟାନ ସାମନାକୁ ଆସିଛି। ସେ କହିଛନ୍ତି ଯେ, କଂଗ୍ରେସର ରାଷ୍ଟ୍ରୀୟ ସଚିବ ଓ ଗୁଜରାଟ ନିର୍ବାଚନର ସହ ପ୍ରଭାରୀ, ମଧ୍ୟ ପ୍ରଦେଶ ସରକାରରେ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଉମଙ୍ଗ ସିଙ୍ଘାରଙ୍କ ବିରୋଧରେ ଧାରାର ନୌଗାଓଁ ଥାନାରେ ଜଣେ ୩୮ ବର୍ଷୀୟ ବିବାହିତ ମହିଳା ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି।

ପୋଲିସ ରିପୋର୍ଟ ଦାଖଲ କରିଛି। ମହିଳାଙ୍କ ଅଭିଯୋଗ ଅନୁସାରେ, ପିବ୍ଲ୍ୟୁଡି କାର୍ଯ୍ୟାଳୟର ପଛର ବିଧାୟକ ନିବାସରେ ଉମଙ୍ଗ ସିଙ୍ଘାର ନଭେମ୍ବର ୨୦୨୧ରୁ ନେଇ ୧୮ ନଭେମ୍ବର ୨୦୨୨ ଭିତରେ ମହିଳାଙ୍କ ସହ ଦୁଷ୍କର୍ମ ଓ ମାରପିଟ୍‌ କରିଛନ୍ତି। ନୌଗାଓଁ ପୋଲିସ ଉମଙ୍ଗ ସିଙ୍ଘାରଙ୍କ ବିରୋଧରେ ଆଇପିସିର ଧାରା ୩୭୬, ୩୭୭ ଓ ୪୯୮ ଅନୁସାରେ ମାମଲା ରୁଜୁ କରିଛି। ଦୁଷ୍କର୍ମ ମାମଲା ରୁଜୁ ହେବା ପରେ ଉମଙ୍ଗ ସିଙ୍ଘାର ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରେ କିମ୍ବା ଭୋପାଳରେ ନାହାଁନ୍ତି। ସେ ଫୋନ୍ ଉଠାଉ ନାହାଁନ୍ତି। ଗିରଫ ଭୟରେ କରି ଉମଙ୍ଗ ଗାଏବ୍ ହୋଇଯାଇଛନ୍ତି।। ଉମଙ୍ଗ ମଧ୍ୟ ପୂର୍ବରୁ ବିବାଦ ଘେରକୁ ଆସିଥିଲେ। ଭୋପାଳରେ ଏକ ଆତ୍ମହତ୍ୟା ମାମଲାରେ ତାଙ୍କ ନାଁ ଆସିଥିଲା, ​​ଜଣେ ମହିଳା ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ।

Related Posts