ଏଲୋପାଥି, ହୋମିଓପାଥି ଓ ଆୟୁର୍ବେଦ ଡାକ୍ତରଙ୍କ ଦରମା ଅଲଗା ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏଲୋପାଥି, ହୋମିଓପାଥି, ଆୟୁର୍ବେଦ ଏବଂ ଯୋଗ ଓ ନାଚ୍ୟୁରପାଥି, ଉନାନି, ସିଦ୍ଧ ଏବଂ ହୋମିଓପାଥି ଡକ୍ଟରଙ୍କ ଦରମାରେ ସରକାର ଭେଦଭାବ କରିପାରିବେ ନାହିଁ। ମଙ୍ଗଳବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏପରି କହିଛନ୍ତି। ସୁପ୍ରିମକୋର୍ଟରେ ଦିଲ୍ଲୀ ମ୍ୟୁନିସିପାଲଟି କର୍ପୋରେସନ ପକ୍ଷରୁ ମଙ୍ଗଳବାର ଦିନ ଯୁକ୍ତି ଦର୍ଶାଯାଇଥିଲା ଯେ ଆୟୁର୍ବେଦିକ ଡାକ୍ତରମାନେ ଏହି ଅବଧିରେ ଦରମା ପାଇବାକୁ ଯୋଗ୍ୟ ନୁହଁନ୍ତି। ସରକାର ଦରମା ଦେଲେ ଏହା ଏକ ପ୍ରକାର ବୋଝ ହେବ। 

ସୁପ୍ରିମକୋର୍ଟ କହିଛନ୍ତି ଯେ ଆୟୁର୍ବେଦିକ ଡାକ୍ତରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ଯୋଜନାର ଡାକ୍ତରଙ୍କ ପରି ଦରମା ଏବଂ ଅନ୍ୟାନ୍ୟ ସୁବିଧା ନ ଦେବା ସେମାନଙ୍କ ପ୍ରତି ଭେଦଭାବ ହେବ। କୌଣସି ସରକାର ଆଲୋପାଥି, ହୋମିଓପାଥି, ଆୟୁର୍ବେଦ ଏବଂ ଯୋଗ ଓ ନାଚ୍ୟୁରପାଥି, ଉନାନି, ସିଦ୍ଧ ଏବଂ ହୋମିଓପାଥି ମଧ୍ୟରେ ଭେଦଭାବ କରିପାରିବେ ନାହିଁ। ତେଣୁ ଚିକିତ୍ସା ପ୍ରଣାଳୀ ଭିନ୍ନ କହି ଡାକ୍ତରଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟରେ ଭେଦଭାବ କରିବା ସମ୍ୱିଧାନର ଧାରା ୧୪ ର ଅବମାନନା ହେବ। ତେଣୁ ସମସ୍ତ ସରକାର ଗୋଟିଏ ନିୟମରେ ଡାକ୍ତର ମାନଙ୍କୁ ସୁବିଧା ଯୋଗାଇ ଦେବେ। ସୁପ୍ରିମକୋର୍ଟର ବିଚାରପତି ଏଲ ଏନ ରାଓ ଏବଂ ହୃଷିକେଶ ରୟ ଦିଲ୍ଲୀ ମ୍ୟୁନିସିପାଲଟି କର୍ପୋରେସନର ଏକ ମାମଲାର ଶୁଣାଣି କରି ଏପରି କହିଛନ୍ତି। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଆୟୁର୍ବେଦିକ ଡାକ୍ତରଙ୍କ ଅବସର ସୀମା ୬୦ ହେବା ଦରକାର କହି ସୁପ୍ରିମକୋର୍ଟରେ ସେଣ୍ଟ୍ରାଲ୍ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ (କ୍ୟାଟ୍) ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟ ମ୍ୟୁନିସିପାଲିଟି କର୍ପୋରେସନର ଆବେଦନକୁ ଖାରଜ କରି କ୍ୟାଟ୍ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। 

ସୁପ୍ରିମକୋର୍ଟ କହିଛନ୍ତି ଯେ ଆଲୋପାଥିକ ଏବଂ ଆୟୁର୍ବେଦିକ ଡାକ୍ତରଙ୍କ ଉଦ୍ଦେଶ୍ୟ ଲୋକଙ୍କ ଚିକିତ୍ସା କରିବା। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟର ଅନ୍ତରୀଣ ଆଦେଶ ଅନୁଯାୟୀ ଆୟୁର୍ବେଦିକ ଡାକ୍ତରମାନେ ୬୦ ବର୍ଷ ପରେ ମଧ୍ୟ କାମ କରୁଥିଲେ। କିନ୍ତୁ ସେମାନଙ୍କୁ ଦରମା ଦିଆଯାଇନଥିଲା। ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ଆୟୁର୍ବେଦିକ ଡାକ୍ତରଙ୍କ ମାମଲାରେ କୋର୍ଟ ଏହି ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ ଆୟୁର୍ବେଦିକ ଡାକ୍ତରଙ୍କ ଅବସର ସୀମାର ୬୫ ହେବା ଦରକାର। ଯାହାକି ଆଲୋପାଥି ଚିକିତ୍ସାରେ ରହିଛି। ମେ ୩୧,୨୦୧୬ ଠାରୁ ଏହି ନିୟମ ଲାଗୁ ହୋଇଛି। ଆୟୁର୍ବେଦ ଡାକ୍ତରଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ

ସୂଚନା ମୁତାବକ , ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଆୟୁର୍ବେଦିକ ଡାକ୍ତରଙ୍କ ଅବସର ସୀମା ୬୦ ହେବା ଦରକାର କହି ସୁପ୍ରିମକୋର୍ଟରେ ସେଣ୍ଟ୍ରାଲ୍ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ (କ୍ୟାଟ୍) ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟ ମ୍ୟୁନିସିପାଲିଟି କର୍ପୋରେସନର ଆବେଦନକୁ ଖାରଜ କରି କ୍ୟାଟ୍ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। 

ଦିଲ୍ଲୀ ହାଇକୋର୍ଟଙ୍କ ରାୟ :-

ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଆୟୁର୍ବେଦିକ ଡାକ୍ତରମାନେ ୬୦ ବର୍ଷ ପରେ ମଧ୍ୟ ସେବା ଯୋଗାଇ ଦେଉଥିଲେ । କିନ୍ତୁ ସେମାନଙ୍କୁ ଦରମା ଦିଆଯାଇନଥିଲା। ସୁପ୍ରିମକୋର୍ଟରେ ଦିଲ୍ଲୀ ମ୍ୟୁନିସିପାଲଟି କର୍ପୋରେସନ ଏହାକୁ ଚ୍ୟାଲେଞ୍ଜ କରି ଯୁକ୍ତି ଦର୍ଶାଯାଇଥିଲା ଯେ ଆୟୁର୍ବେଦିକ ଡାକ୍ତରମାନେ ଏହି ଅବଧିରେ ଦରମା ପାଇବାକୁ ଯୋଗ୍ୟ ନୁହଁନ୍ତି। ସରକାର ଦରମା ଦେଲେ ଏହା ଏକ ପ୍ରକାର ବୋଝ ହେବ। କିନ୍ତୁ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସଠିକ୍ କହି କହିଥିଲେ ଯେ, ” ଏଲୋପାଥି, ହୋମିଓପାଥି, ଆୟୁର୍ବେଦ ଏବଂ ଯୋଗ ଓ ନାଚ୍ୟୁରପାଥି, ଉନାନି, ସିଦ୍ଧ ଏବଂ ହୋମିଓପାଥି ଡକ୍ଟରଙ୍କ ଦରମାରେ ସରକାର ଭେଦଭାବ କରିପାରିବେ ନାହିଁ।”

Related Posts