ଦଳରେ ଯୋଗଦେବାର ଆଠ ଦିନରେ YSR କଂଗ୍ରେସ ଛାଡିଲେ ଅମ୍ବାତି ରାଇଡୁ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): YSR କଂଗ୍ରେସ ଛାଡିଲେ ପୂର୍ବତନ କ୍ରିକେଟର ଅମ୍ବାତି ରାଇଡୁ । ଏବେ ସେ ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ବଡ କଥା ହେଲା YSR କଂଗ୍ରେସରେ ଯୋଗ ଦେବାର ମାତ୍ର ଆଠ ଦିନ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଇଡୁ।

ସେ ଏନେଇ ସେ ସୋସିଆଲ ମିଡ଼ିଆ ଏକ୍ସ (X)ରେ ସୂଚନା ଦେଇ କହିଛନ୍ତି, “ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ YSRCP ଛାଡିବାକୁ ନିଷ୍ପତ୍ତି ନେଇଛି ଏବଂ ଅଳ୍ପ ସମୟ ରାଜନୀତିରେ ଯୋଗଦେବା ପରେ ଏଥିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ସମୟ ଆସିଲେ ମୋର ପରବର୍ତ୍ତୀ ପଦକ୍ଷେପ ବାବଦରେ ଜଣାଇବି।”

ସୂଚନାଯୋଗ୍ୟ ଯେ, ରାଇଡୁ ଜୁନ୍ 2023ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଏବଂ ରାଜନୀତିରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଗତ ଡିସେମ୍ବର 28ରେ ସେ ଆନ୍ଧ୍ରପ୍ରଦେଶ ଶାସକ ଦଳ YSR କଂଗ୍ରେସରେ ଯୋଗଦେଇଥିଲେ |

Related Posts