ଛାତ୍ରଟି ଦୁନିଆର ସବୁଠାରୁ ବିପଜ୍ଜନକ ସ୍ଥାନରେ ଛୁଟି ମନାଇବାକୁ ଚାହୁଁଥିଲା; ହେଲେ ପହଞ୍ଚିଗଲା ଆଫଗାନିସ୍ତାନ, ବର୍ତ୍ତମାନ ସେ ଏପରି ପରିସ୍ଥିତରେ ଅଛି…

taliban

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଜଣେ ଛାତ୍ର ଦୁନିଆର ସବୁଠାରୁ ବିପଜ୍ଜନକ ସ୍ଥାନକୁ ଯିବା ପାଇଁ ଚାହୁଁଥିଲା । ଏଥିପାଇଁ ସେ ଆଫଗାନସ୍ତାନ ଆସିଥିଲ।। ହେଲେ କିଏ ଜାଣିଥିଲା ଯେ ସମ୍ପୃକ୍ତ ଛାତ୍ର ପାଇଁ ଆଫଗାନିସ୍ତାନ ହିଁ ତା’ ପାଇଁ ଦୁନିଆର ସବୁଠାରୁ ବିପଜ୍ଜନକ ସ୍ଥାନ ପାଲଟିଯିବ । ବାସ୍ତବରେ ଏପରି ଏକ ଘଟଣା ଘଟିଛି ଜଣେ ବ୍ରିଟିସ ଛାତ୍ରଙ୍କ ସହ । ତେବେ ସେହି ଛାତ୍ର ଜଣଙ୍କ ହେଉଛନ୍ତି ମାଇଲସ ରାଉଟେଲିଜ । ଏନେଇ ସେ କହିଛନ୍ତି ଦୁନିଆର ସବୁଠାରୁ ବିପଜ୍ଜନକ ସ୍ଥାନକୁ ସେ ଯିବା ପାଇଁ ଚାହୁଁଥିଲେ । କିନ୍ତୁ ଆଫଗାନିସ୍ତାନ ପହଞ୍ଚିବା ପରେ ସେଠାରେ ତାଲିବାନମାନେ ଆକ୍ରମଣ କରିଦେଇଥିଲେ । ତେଣୁ ଅଫାଗାନିସ୍ତାନରେ ସମ୍ପୂର୍ଣ୍ଣ ଯୁଦ୍ଧ ବନ୍ଦ ହେବା ପର୍ଯ୍ୟନ୍ତ ତାଙ୍କୁ ଲୁଚିବା ପାଇଁ ପଡିଥିଲା ବୋଲି ସେ କହିଥିଲେ । ସେଠାକାର ଦୃଶ୍ୟ ଅତ୍ୟନ୍ତ ଭୟାବହ ଥିଲା ଯାହାକି ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା ।

ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ସେ ଆଫଗାନିସ୍ତାନରେ ଲୁଚି ରହିଥିଲେ । ଯୁଦ୍ଧ ସମାପ୍ତ ହେବା ପରେ ସେ ବାହାରକୁ ବାହାରିଥିଲେ । ଯେତେବେଳେ ସେ ବାହରକୁ ବାହାରିଥିଲେ ଆଫଗାନିସ୍ତାନର ସମ୍ପୂର୍ଣ୍ଣ ଚିତ୍ର ଅଲଗା ରହିଥିଲା । ଏସବୁ ଦେଖି ସେ ଖୁବଶୀଘ୍ର ଆଫଗାନିସ୍ତାନ ଛାଡିବେ ବୋଲି ଭାବିଥିଲେ । ଏହାର କିଛି ସମୟ ପରେ ସେ ଏକ ବ୍ରିଟିସ ବିମାନକୁ ଦେଖିଥିଲେ । ଏହା ପରେ ସେ ବିମାନରେ ଚଢି ଦୁବାଇରେ ଅବତରଣ କରିଥିଲେ ବୋଲି ସ୍ପଷ୍ଟ କରିଛନ୍ତି ।

ଅପରିପକ୍ଷେ ଆଫଗାନିସ୍ତାନ ସମ୍ବୋଧିତ ଅନେକ ପୋଷ୍ଟ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ଏପରିକି ନିଜର ଦୁବାଇ ଆସିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । କିନ୍ତୁ ତାଙ୍କ ଆକଉଣ୍ଟରୁ ସମ୍ପୂର୍ଣ୍ଣ ଭିଡଓ ହଟିଯାଇଛି ବୋଲି ସେ କହିଥିଲେ । ଅନ୍ୟପଟେ ତାଙ୍କ ପାଖରେ ଥିବା ସ୍କ୍ରିନସର୍ଟ ସବୁ ଦର୍ଶାଉଛି ଯେ ତାଙ୍କ ଜୀବନ ଆଫଗାନିସ୍ତାନରେ କେତେ ସଙ୍କଟାପୂର୍ଣ୍ଣ ରହିଥିଲା ।

Related Posts