ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନକୁ ଯିବା ଆମେରିକୀୟମାନଙ୍କର ମୌଳିକ ଅଧିକାର: ୟୁଏସ ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନକୁ ଯିବା ଆମେରିକୀୟମାନଙ୍କର ମୌଳିକ ଅଧିକାର । ଏପରି ରାୟ ଦେଇଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମକୋର୍ଟ । ସେପଟେ ସମଗ୍ର ଆମେରିକାରେ ବନ୍ଧୁକଜନିତ ହିଂସାକାଣ୍ଡ ବୃଦ୍ଧି ପାଉଥିବା ବେଳେ ଦେଶର ସର୍ବୋଚ୍ଚ ଅଦାଲତ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୁପ୍ରିମ୍ କୋର୍ଟଙ୍କର ଏହି ନିଷ୍ପତ୍ତି ଶତାଧିକ ବର୍ଷ ପୁରାତନ ନ୍ୟୁୟର୍କ ଆଇନକୁ ଅସିଦ୍ଧ କରିଛି।

ଉକ୍ତ ପୁରାତନ ଆଇନ ଅନୁସାରେ, ଆତ୍ମରକ୍ଷା ନିମନ୍ତେ ଅଥବା ସେଭଳି କୌଣସି ଉପଯୁକ୍ତ କାରଣ ଥିବା ଦର୍ଶାଇ ପାରିଲେ ଯାଇ ଜଣେ ନାଗରିକଙ୍କୁ ‘ହ୍ୟାଣ୍ଡ୍ ଗନ୍’ ନେଇ ଘରୁ ବାହାରକୁ ଯିବାକୁ ‘ପର୍ମିଟ୍’ ମିଳେ।କାଲିଫର୍ଣ୍ଣିଆ ସମେତ ଅନ୍ୟ କେତେକ ପ୍ରଦେଶରେ ଉପରୋକ୍ତ ଆଇନ ଲାଗୁ କରାଯାଉଥିବାରୁ ସୁପ୍ରିମ୍ କୋର୍ଟଙ୍କ ଗତକାଲିର ରାୟ ସେମାନଙ୍କ କ୍ଷମତାକୁ ସଙ୍କୁଚିତ କରି ପକାଇବ। ସେହିପରି, ‘ଡେମୋକ୍ରାଟିକ୍’ ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଅଦାଲତଙ୍କ ନିଷ୍ପତ୍ତିକୁ ଭୁଲ୍ ବୋଲି ଦର୍ଶାଇ କହିଛନ୍ତି, ଏହି ରାୟ ଉଭୟ ସାଧାରଣ ଜ୍ଞାନ ଏବଂ ସମ୍ବିଧାନର ବିରୁଦ୍ଧାଚରଣ କରୁଥିବାରୁ ଆମ ସମସ୍ତଙ୍କୁ ଅଡୁଆରେ ପକାଇବ।

Related Posts