ରାହୁଲ ଗାନ୍ଧିଙ୍କୁ କଟାକ୍ଷ କଲେ ଅମିତ ମାଲବ୍ୟ: ସେ ଜଣେ ନିର୍ବାଚନୀ ହିନ୍ଦୁ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଜାରି ରହିଛି ଭାରତ ଯୋଡ଼ୋ ଯାତ୍ରା। ଯାହାର ମଙ୍ଗ ଧରିଛନ୍ତି ଖୋଦ୍ ରାହୁଲ ଗାନ୍ଧି । ଏହି ପଦଯାତ୍ରା ମାଧ୍ୟମରେ ସେ ବିଭିନ୍ନ ବର୍ଗର ସହ ଯୋଡ଼ି ହେଉଥିବା ବେଳେ ବିଭିନ୍ନ ଧର୍ମାନୁଷ୍ଠାନ ମଧ୍ୟ ଯାଉଛନ୍ତି। ଏହି ଯାତ୍ରା ସମୟରେ ସେ ସାଧୁ ବେଶ ପରିଧାନ କରି ବିଭିନ୍ନ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ଯୋଡ଼ୋ ଯାତ୍ରା ମଧ୍ୟପ୍ରଦେଶରେ ପହଞ୍ଚିଥିବା ବେଳେ ରାହୁଲ ଗାନ୍ଧି ଉଜ୍ଜୟନି ଯାଇ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିଛନ୍ତି। ମହାକାଳେଶ୍ୱର ମନ୍ଦିରରେ ରାହୁଲ ଦଣ୍ଡବତ ମୁଦ୍ରାରେ ପ୍ରଣିପାତ କରୁଥିବା ବେଳେ ଏହାକୁ ନେଇ ବିଜେପି ସମାଲୋଚନା କରିଛି। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜଣେ ନିର୍ବାଚନୀ ହିନ୍ଦୁ କହି କଟାକ୍ଷ କରିଛନ୍ତି। ଅମିତ ମାଲବ୍ୟ ଏ ସମ୍ପର୍କରେ ଟ୍ୱିଟ୍‌ କରି କହିଛନ୍ତି ଯେ, ରାହୁଲ ଗାନ୍ଧି ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଅଭିନୟ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଯେତିକି ସଚ୍ଚୋଟ୍ଟ, ରାହୁଲ ଗାନ୍ଧି ସେତିକି ହିନ୍ଦୁ ।

ଜଣେ ପାର୍ସି ପିତା ଓ ଖ୍ରୀଷ୍ଟିଆନ ମାତାଙ୍କଠାରୁ ଜନ୍ମିତ ବ୍ୟକ୍ତି ନିଜକୁ ହିନ୍ଦୁ ପ୍ରମାଣିତ କରିବାରେ ଲାଗିଛନ୍ତି । କିନ୍ତୁ ପ୍ରକୃତରେ ଏହା କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଉଛି ତାହା ହିଁ ବୁଝିବାକୁ ହେବ। ରାହୁଲ ଗାନ୍ଧି ମହାକାଳେଶ୍ୱର ଦର୍ଶନ କରିବା ଅବସରରେ ଧଳା ଧୋତି ପିନ୍ଧିଥିଲେ ଓ କପାଳରେ ଭସ୍ମ ଓ ଚନ୍ଦନ ଲେପନ କରିଥିଲେ । ମନ୍ଦିରର ଗର୍ଭଗୃହ ଆଗରେ ଶିବଲିଙ୍ଗଙ୍କ ସମ୍ମୁଖରେ ସେ ସାଷ୍ଟାଙ୍ଗ ପ୍ରଣିପାଦ କରିଥିବା ଫଟୋ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।

ପୂଜା ପରେ ଆୟୋଜିତ ସାଧାରଣ ସଭାରେ ରାହୁଲ୍‌ କହିଥିଲେ, ଏ ଦେଶ ହେଉଛି ତପସ୍ୱୀଙ୍କୁ ପୂଜା କରୁଥିବା ଦେଶ। ଗତ ୩ ମାସ ହେବ ମୁଁ ତପାଚାର କରିଆସୁଛି, କିନ୍ତୁ ବାସ୍ତବ ତପସ୍ୱୀମାନଙ୍କ ନିକଟରେ ତାହା କିଛି ନୁହେଁ । ପ୍ରକୃତ ତପସ୍ୱୀ ହେଉଛନ୍ତି କୃଷକ ଓ ଶ୍ରମିକ। ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ତପସ୍ୟା କରନ୍ତି

Related Posts