ବିଜେପି କରିବ ମାନସ ମନ୍ଥନ, ଅମିତ୍‌ ଶାହ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ

5ଟି ରାଜ୍ୟରେ ପରାଜୟ ପରେ ଏହାର ସମୀକ୍ଷା ପାଇଁ ବିଜେପି ସଭାପତି ଅମିତ ଶାହ ଗୁରୁବାର ଦଳର ଜାତୀୟ ପଦାଧିକାରୀଙ୍କ ବୈଠକ ଡାକିଛନ୍ତି । ବୈଠକରେ ଦଳର ସବୁ ପ୍ରଦେଶ ସଭାପତି ଓ ପ୍ରଭାରୀଙ୍କୁ ଡକାଯାଇଛି । ଏଥିରେ ନିର୍ବାଚନ ଫଳାଫଳ ଉପରେ ଚର୍ଚ୍ଚା ହେବ । ଏଥିସହ ବୈଠକରେ ଆସନ୍ତା ଲୋକସଭା ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହେବ ।

ବିଜେପିର ସବୁ ପ୍ରଦେଶ ସଭାପତିଙ୍କୁ ସଂଗଠନ ବାବଦରେ ରିପୋର୍ଟ ମଗାଯାଇଛି । ସମୀକ୍ଷା ବୈଠକ ପରେ ଆସନ୍ତାବର୍ଷ ଜାନୁଆରୀ 12 ଓ 13 ତାରିଖରେ ବିଜେପି ରାଷ୍ଟ୍ରୀୟ ପରିଷଦ ବୈଠକ ଡକାଯାଇଛି । ରାଷ୍ଟ୍ରୀୟ ପରିଷଦ ବୈଠକ ପରେ ବିଜେପି ଔପଚାରିକ ଭାବେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବ ବୋଲି କୁହାଯାଉଛି ।

Related Posts