ହକି ବିଶ୍ୱକପ୍‌: ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ବିଶ୍ୱକପ୍‌ ହକିର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ । ବୁଧବାର ଖେଳାଯାଇଥିବା ପ୍ରଥମ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରି ସେମିଫାଇନାଲକୁ ଯାଇଛି । ଡିସେମ୍ବର ୧୫ରେ ଜର୍ମାନୀ ଓ ବେଲଜିୟମ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ବିଜେତା ଇଂଲଣ୍ଡ ସହ ସେମିଫାଇନାଲ୍‌ ଖେଳିବ ।

ବୁଧବାର ଖେଳାଯାଇଥିବା ଆଉ ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆର ଖେଳାଳିମାନେ ଫ୍ରାନ୍ସ ଖେଳାଳିଙ୍କ ଉପରେ ମ୍ୟାଚ୍‌ ଆରମ୍ଭରୁ ପ୍ରଭାବ ଜାରି ରଖିଥିଲେ । ଆୟୋଜକ ଭାରତ ଓ ନେଦରଲାଣ୍ଡସ୍‌ ମଧ୍ୟରେ ଗୁରୁବାର ଖେଳାଯିବ ଆଉ ଏକ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ । ଏହି ମ୍ୟାଚ୍‌ର ବିଜେତା ଅଷ୍ଟ୍ରେଲିଆକୁ ଡିସେମ୍ବର ୧୫ରେ ସେମିଫାଇନାଲରେ ଭେଟିବ ।

Related Posts