ବାଘେଲଙ୍କ ବଡ ନିଷ୍ପତି : ଛତିଶଗଡରେ ଦ୍ୱାଦଶ ଶ୍ରେଣୀଯାଏଁ ମାଗଣା ଶିକ୍ଷାଦାନ

ସତ୍ୟପାଠ ବ୍ୟୁରୋ : ଶିକ୍ଷା କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ନେଇଛି ଛତିଶଗଡ ସରକାର । ରାଜ୍ୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ଶିକ୍ଷାଦାନ ଓ ପାଠ୍ୟପୁସ୍ତକ ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ଥିବା ବେଳେ ଏବେ ଏହାକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ କରାଯିବ । ଏନେଇ ଛତିଶଗଡ ମନ୍ତ୍ରୀ ରବିନ୍ଦ୍ର ଚୌବେ ସୂଚନା ଦେଇଛନ୍ତି ।

ମନ୍ତ୍ରୀମଣ୍ଡଳରେ ଏହାବାଦ ଆହୁରି ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ପ୍ରାୟ ୬୫ ଲକ୍ଷ ପରିବାରକୁ ରାସନକାର୍ଡ ମାଧ୍ୟମରେ ଲାଭାନ୍ୱିତ କରାଯିବ । ନୂଆ ରାସନ କାର୍ଡ ନିମିଳିବା ଯାଏ ପୁରୁଣା କାର୍ଡରେ ହିଁ ରାସନ ପାଇପାରିବେ ଉପଭୋକ୍ତା । ପରିବାରରେ ଜଣେ ମାତ୍ର ସଦସ୍ୟ ଥିଲେ ୧୦ କିଲୋ ଚାଉଳ ମିଳିବ । ଦୁଇଜଣ ଥିଲେ ୨୦ କିଲୋ ଏବଂ ତିନି ରୁ ପାଂଚ ଜଣ ଥିଲେ ୩୫ କିଲୋ ଚାଉଳ ପାଇବେ ଖାଉଟି । ପାଂଚରୁ ଅଧିକ ସଦସ୍ୟ ଥିଲେ ଜଣପିଛା ୭କିଲୋ ଲେଖାଏଁ ଅତିରିକ୍ତ ଚାଉଳ ମିଳିବ । ସେହିଭଳି ଅର୍ନ୍ତଦ୍ୟୋୟ ଶ୍ରେଣୀଭୁକ୍ତ ରାସନକାର୍ଡ ଉପଭୋକ୍ତାଙ୍କୁ କିଲୋପ୍ରତି ୧ଟଙ୍କା ଦରରେ ୩୫ କିଲୋ ଚାଉଳ ଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।

Related Posts