ଅମିତାଭ ବଚ୍ଚନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ପୁଲିସ ଅଧିକାରୀ ନିଲମ୍ବିତ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ଅଗଷ୍ଟ ୨୦୨୧ ମସିହା ପର୍ଯ୍ୟନ୍ତ ଅଭିନେତା ଅମିତାଭ ବଚ୍ଚନଙ୍କ ଦେହରକ୍ଷୀ ଭାବରେ କାର୍ଯ୍ୟ କରୁଥିବା ମୁମ୍ବାଇର ପୁଲିସ କନେଷ୍ଟବଳ ଜିତେନ୍ଦ୍ର ଶିନେ୍ଦଙ୍କୁ ନିୟମର ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି । କନଷ୍ଟେବଳ ଜିତେନ୍ଦ୍ର ସିନ୍ଦେଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ମଙ୍ଗଳବାର ଦିନ ଜାରି କରାଯାଇଛି ଏବଂ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସିନ୍ଦେ ପୂର୍ବରୁ ମୁମ୍ବାଇ ପୋଲିସର ସୁରକ୍ଷା ଏବଂ ସିକୁ୍ୟରିଟି ବ୍ରାଞ୍ଚରେ ନିଯୁକ୍ତ ଥିଲେ ।

ସେ ୨୦୧୫ ରୁ ଅଗଷ୍ଟ ୨୦୨୧ ପର୍ୟ୍ୟନ୍ତ ଅମିତାଭ ବଚ୍ଚନଙ୍କ ଦେହରକ୍ଷୀ ଭାବରେ କାର୍ୟ୍ୟ କରିଥିଲେ । ଏହା ପରେ ତାଙ୍କୁ ମୁମ୍ବାଇ ଡିବି ମାର ଥାନାରେ ମୁତୟନ କରାଯାଇଥିଲା । ଅନ୍ୟପଟେ ଶିନେ୍ଦ ତାଙ୍କ ସିନିୟରଙ୍କୁ ନଜଣାଇ ଅତିକମରେ ୪ ଥର ଦୁବାଇ ଓ ସିଙ୍ଗାପୁର ଯାଇଥିଲେ । ନିୟମ ଅନୁଯାୟୀ, ବିଦେଶ ଗସ୍ତ କରିବା ପୂର୍ବରୁ ସିନିୟରଙ୍କ ଅନୁମତି ଦରକାର । ସେପଟେ ସେ ତାଙ୍କ ସ୍ତ୍ରୀଙ୍କ ନାମରେ ଏକ ସିକୁ୍ୟରିଟି ସଂସ୍ଥା ଖୋଲିଥିଲେ । ଏହି ସଂସ୍ଥା ବଚ୍ଚନଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରୁଥିଲା ।

Related Posts