ବିଧାନସଭାରେ ଉପସ୍ଥାପନ ହେଲା ୨୮,୨୦୦ କୋଟିର ଅତିରିକ୍ତ ବଜେଟ୍; ମେଟ୍ରୋ ପ୍ରକଳ୍ପ ପାଇଁ ୨୧୦ କୋଟି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ୨୮,୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପଞ୍ଚାୟତି ରାଜ ବିଭାଗ ପାଇଁ ୪୦୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗଣଶିକ୍ଷା ପାଇଁ ୨୮୮୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ୧୩୦୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜଳସେଚନ ପାଇଁ ୨୪୦୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅନ୍ୟପକ୍ଷରେ ପରିବହନ ଯୋଜନା ଲକ୍ଷ୍ମୀ ପାଇଁ ୫୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନା ମାଧ୍ୟମରେ ପଞ୍ଚାୟତରୁ ରାଜଧାନୀକୁ ବସ ପରିବହନ କରାଯିବ ।

ମହଲେଖାଗାରଙ୍କ ରିପୋର୍ଟକୁ ଉଦ୍ଧାର କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅନୁସାରେ ଜୁଲାଇ ସୁଦ୍ଧା ରାଜ୍ୟର ଋଣ ଭାର ୮୮୪୮୭ କୋଟି ରହିଛି, ଯାହାକି ରାଜ୍ୟ ଜିଡିପିର ୧୦ ପ୍ରତିଶତ । ତେବେ ରାଜ୍ୟ ସରକାର ଏ ଯାଏ ଖୋଲା ବଜାରରୁ ଋଣ କରି ନାହାନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଚଳିତ ଆର୍ଥିକ ବର୍ଷ ଅର୍ଥାତ ଅଗଷ୍ଟ ଯାଏ ନିଜସ୍ୱ ରାଜସ୍ୱ ସଂଗ୍ରହ ୪୧୨୩୧ କୋଟି ହୋଇଛି. ଏହା ପୂର୍ବ ବର୍ଷ ତୁଳନାରେ ୧୨.୯% ଅଧିକ । ନିଜସ୍ୱ ଟିକସ ସଂଗ୍ରହ ୨୦୧୩୧ କୋଟି ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୪.୫% ଅଧିକ ଅଟେ । ନିଜସ୍ୱ ଅଣଟିକସ ରାଜସ୍ୱ ୨୧୧୦୦ କୋଟି ସଂଗ୍ରହ ହୋଇଛି, ଏହା ପୂର୍ବ ବର୍ଷ ତୁଳନାରେ ଏହା ୧୧.୫% ଅଧିକ । ଚଳିତ ଅଗଷ୍ଟ ଯାଏ ବଜେଟର ୨୯% ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି ।

Related Posts