ସାମ୍ନାକୁ ଆସିଛି ରୁଷ ସୈନିକଙ୍କ ପତ୍ନୀଙ୍କ ଏକ କଥାବାର୍ତ୍ତାର ଅଡିଓ ଟେପ୍: ୟୁକ୍ରେନ ମହିଳାଙ୍କୁ ଦୁଷ୍କର୍ମ କରିବାକୁ କହୁଥିବା ଭାଇରାଲ

ନୂଆଦିଲ୍ଲୀ: ରୁଷ ଓ ୟୁକେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୫୦ ଦିନ ବିତିଯାଇଥିଲେ ମଧ୍ୟ, ଯୁଦ୍ଧ ଥମିବାର ନାଁ ଧରୁନି | ଯୁଦ୍ଧ ଆହୁରି ଉଗ୍ର ହେବାରେ ଲାଗିଛି | ଦୁହେଁ ପରସ୍ପର ଉପରେ ଲଗାତାର ଭାବେ ଆକ୍ରମଣ କରି ଚାଲିଛନ୍ତି | ରୁଷ ସେନା ୟୁକ୍ରେନ ରେ ନରସଂହାର ରଚୁଛନ୍ତି | ଏପରିକି ସେଠାକାର ମହିଳାମାନଙ୍କୁ ଦୁଷ୍କର୍ମ କରୁଥିବା ନେଇ ମଧ୍ୟ ଖବର ସାମନାକୁ ଆସିଛି | ଯାହା ସମସ୍ତଙ୍କ ମନକୁ ବିଚଳିତ କରୁଥିବା ବେଳେ, ଏହି ଖବର ଉପରେ କେତେ ସତ୍ୟତା ଅଛି ସେନେଇ ତଥ୍ୟ ସାମ୍ନା କୁ ଆସିନଥିବା ବେଳେ, ଏବେ ସାମ୍ନାକୁ ଆସିଥିବା ଏକ ଖବର ସମସ୍ତଙ୍କୁ ଦୋହଲାଇ ଦେଇଛି |

ରୁଷ ସୈନିକ ନିଜ ପତ୍ନୀଙ୍କ ସହ କଥା ହେଉଥିବାର ଏକ ଅଡିଓ ଟେପ୍ ସାମ୍ନାକୁ ଆସିଛି। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚା | ରୁଷ ସୈନିକଙ୍କ ପତ୍ନୀ ନିଜ ପତିଙ୍କୁ ୟୁକ୍ରେନ ମହିଳାଙ୍କୁ ଦୁଷ୍କର୍ମ କରିବାକୁ କହୁଛନ୍ତି। ଉଭୟ ପତି ଏବଂ ପତ୍ନୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ଏବେ ଭାଇରାଲ ହୋଇଛି |

ଏହାର ଖୁଲାସା ୟୁକ୍ରେନୀ ସମାଚାର ପତ୍ର Ukrinform ଅନୁଯାୟୀ ରୁଷର ଜଣେ ମହିଳା ନିଜ ସୈନିକ ପତିଙ୍କୁ ୟୁକ୍ରେନ ମହିଳାଙ୍କୁ ଦୁଷ୍କର୍ମ କରିବାକୁ କହୁଛନ୍ତି। ଏହି ସବୁ କରି ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେଉଥିବ ବୋଲି ମହିଳା ଜଣଙ୍କ ନିଜ ସୈନିକ ପତିଙ୍କୁ କହୁଛନ୍ତି। ଦ ସିକ୍ୟୁରିଟି ସର୍ଭିସ ଅଫ ଦ ୟୁକ୍ରେନର ଇଣ୍ଟରସେପ୍ଟର ରୁଷ ସୈନିକ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ରେକର୍ଡ କରି ନେଇଛନ୍ତି।

ଏହି ଖୁଲାସା ପରେ ପୁଣି ଥରେ ରୁଷରେ ଚହଳ ପଡିଛି। ଲୋକେ ରୁଷ ସୈନିକଙ୍କ ବର୍ବରତା ବିରୋଧରେ ସଡକକୁ ଓହ୍ଲାଇଛନ୍ତି। ରିପୋର୍ଟରେ ଏହା ମଧ୍ୟ ଜଣା ପଡିଛି ଯେ, ଅଧିକାଂଶ ରୁଷ ମହିଳା ୟୁକ୍ରେନ ମହିଳାଙ୍କ ସହ ଦୁଷ୍କର୍ମକୁ ଉଚିତ୍ ବୋଲି ମାନୁଛନ୍ତି |

ଅନ୍ୟପଟେ, ରୁଷର ଯୁଦ୍ଧ ଜାହାଜ ମୋସ୍କୋୱା ବୁଡିଯିବା ପରେ ବେଶ୍ ଆକ୍ରମକ ହୋଇଛି ରୁଷ। କିଭ୍ ଉପରେ ବୋମା ବର୍ଷା କରୁଛି। ଆଗାମୀ ଦିନରେ କିଭ୍ ଉପରେ ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ରୁଷର ରକ୍ଷା ମନ୍ତ୍ରାଳୟ କହିଛି। ଦୁଇ ସପ୍ତାହ ହେବ କିଭରୁ ରୁଷ ସୈନ୍ୟ ହଟି ଯାଇଥିଲେ। ତେବେ ଶୁକ୍ରବାର କିଭ୍ ରେ ଥିବା ୟୁକ୍ରେନର ନେପଚ୍ୟୁନ୍ ମିଶାଇଲ ବନାଉଥିବା ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି ରୁଷ ।

ୟୁକେନୀୟ ଯୁଦ୍ଧରେ ନୌସେନା ପୋତ ‘ମୋସ୍କ୍‌ଭା’ ବୁଡ଼ି ପରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇଥିବା କଥା ରାଷ୍ଟ୍ରାୟତ ରୁଷୀୟ ଟେଲିଭିଜନ୍‌ ଘୋଷଣା କରିଛି। ନିଆଁ ଲାଗିଯିବାରୁ ‘ମୋସ୍କ୍‌ଭା’ କ୍ଷତିଗ୍ରସ୍ତ ହୋଇଛି ବୋଲି ରୁଷ୍‌ କହୁଥିଲେ ମଧ୍ୟ ‘ନେପ୍‌ଚୁନ୍‌’ କ୍ଷେପଣାସ୍ତ୍ର ବଳରେ ମସ୍କୋର ଉକ୍ତ ଯୁଦ୍ଧପୋତକୁ କୃଷ୍ଣ ସାଗରରେ ଧ୍ବଂସ କରିଛି ବୋଲି ୟୁକ୍ରେନ୍‌ ଦାବି କରିଛି।

Related Posts