ଆଜି ପ୍ରକାଶ ପାଇବ ଦେଶର ଗୋଟିଏ ଲୋକସଭା ଓ ୪ ବିଧାନସଭା ଆସନ ଫଳାଫଳ

ନୂଆଦିଲ୍ଲୀ: ଆଜି ଆସିବ ଦେଶର ଗୋଟିଏ ଲୋକସଭା ଓ ୪ ବିଧାନସଭା ଆସନ ପାଇଁ ହୋଇଥିବା ମତଦାନର ଫଳାଫଳ | ଏନେଇ ଆରମ୍ଭ ହୋଇଯାଇଛି ଭୋଟ ଗଣତି | ସକାଳ ୮ଟାରୁ ଆରମ୍ଭ ହୋଇଥିବା ଗଣତି ପକ୍ରିୟା ସନ୍ଧ୍ୟା ସୁଦ୍ଧା ଫଲାଫଳ ଆସିଯିବାର ଅନୁମାନ କରାଯାଉଛି । ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନ, ଛତିଶଗଡ଼, ମହାରାଷ୍ଟ୍ର ଓ ବିହାରର ଗୋଟିଏ ଲେଖାଏଁ ବିଧାନସଭା ଆସନ ସାମିଲ ଅଛି । ଏହି ଆସନଗୁଡ଼ିକରେ ଗତ ୧୨ ତାରିଖ ଦିନ ମତ ଗ୍ରହଣ କରାଯାଇଥିଲା ।

ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରେ ତୃଣମୂଳ କଂଗ୍ରେସର ଅଭିନେତା ଓ ରାଜନେତା ଶତୃଘ୍ନ ସିହ୍ନା ଓ ବିଜେପିର ଅଗ୍ନିମିତ୍ର ପଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏହି ଆସନରେ ବବୁଲ ସୁପ୍ରିୟୋ ଇସ୍ତଫା ଦେବା ପରେ ଖାଲିଥିଲା । ବବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି ଏବଂ ସେ ବାଲିଗଂଜ ବିଧାନସଭା ଆସନରୁ ଉପନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଠାରେ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି କେୟା ଘୋଷ । ମାର୍କସବାଦୀ କମ୍ୟୁନିଷ୍ଟରୁ ସାୟରା ସାହ ହଲୀମ ଅବତୀର୍ଣ୍ଣ ହୋଇଛନ୍ତି ।

ମହରାଷ୍ଟ୍ରର କୋହ୍ଲାପୁର (ଉତ୍ତର) ଆସନରେ ବିଜେପି ଓ ମହାବିକାଶ ଅଘାଡି ମଧ୍ୟରେ କଡା ଟକ୍କର ହେବ । ଛତିଶଗଡ଼ର ଖଇରାଗଡ଼ଷର ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି । ବିହାରର ବୋଚହା ବିଧାନସଭା ଆସନରେ ବିକାଶଶୀଳ ଇନସାନ ପାର୍ଟିରୁ ଗୀତା ଦେବୀ ଓ ଆରଜେଡିରୁ ଅମର ପାସୱାନ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ ବିଜେପିର ବେବୀ କୁମାରୀ ଓ କଂଗ୍ରେସର ତରୁଣ ଚୌଧୁରୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

Related Posts