ଜାଲିଆତି ମାମଲାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ FIR ରୁଜୁ କଲେ ଆଇଏଏସ୍ ଅଧିକାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ରାଜ୍ୟର ୨୧ ଜଣ ଶୀର୍ଷ ଅଧିକାରୀଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆଣି ମାମଲା ରୁଜୁ କରିଛନ୍ତି ଜଣେ ଆଇଏଏସ୍ ଅଧିକାରୀ । ୧୯୮୭ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ସୁଧୀର କୁମାର ଶନିବାର ଦିନ ୧୨ଟା ସମୟରେ ଗରଦାନିବାଗ୍ ପୋଲିସ ଷ୍ଟେସନ୍‌ରେ ପହଞ୍ଚି ୩୫ ପୃଷ୍ଠାର ଅଭିଯୋଗ ଦାଖଲ କରିବାକୁ ଯାଇଥିଲେ। ତାଙ୍କ ଲିଖିତ ଅଭିଯୋଗର କପି ଦେବାକୁ ଥାନାଧିକାରୀଙ୍କୁ କହିଥିଲେ । 

     ଏଥିପାଇଁ ତାଙ୍କୁ ପାଖାପାଖି ୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିବା ସୂଚନା ମିଳିଛି ।  ରାଜ୍ୟ ରାଜସ୍ୱ ବୋର୍ଡର ସଦସ୍ୟ ଥିବା ଏହି ଅଫିସରଙ୍କ ସୂଚନା ମୁତାବକ ମାମଲାଟି ଦୁର୍ନୀତି ସମ୍ପର୍କିତ । ଯେଉଁଥିରେ ଉପରସ୍ଥ ଅଧିକାରୀଙ୍କ ଠାରୁ ତଳସ୍ତରର କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।

ନ୍ୟୁଜ ଏଜେନ୍ସି ପିଟିଆଇକୁ ସୂଚନା ଦେଇ ଆଇଏଏସ୍ ଅଧିକାରୀ ଜଣକ କହିଛନ୍ତି,” ମୁଁ କାହାରି ନାମ ନେବି ନାହିଁ। ” ତେବେ ଏଫଆଇଆରରେ ମୁଖ୍ୟମନ୍ତ୍ରୀଙ୍କ ନାମ ଦିଆଯାଇଛି କି ବୋଲି ପଚରାଯିବାରୁ ସେ “ହଁ” କହିଛନ୍ତି। 

     ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସୁଧୀର କୁମାର ଚାକିରି ନିଯୁକ୍ତି ସ୍କାମ ମାମଲାରେ ତିନି ବର୍ଷ ଜେଲରେ ରହିବା ପରେ ଜାମିନରେ ଅଛନ୍ତି। କୁମାର କହିଛନ୍ତି ଯେ ସେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଗରଦାନିବାଗ ପୋଲିସ ଷ୍ଟେସନରେ ପହଞ୍ଚି ଷ୍ଟେସନ ହାଉସ ଅଧିକାରୀ ରାମାନୁଜ ରାମଙ୍କ ନିକଟରେ ୩୫ ପୃଷ୍ଠାର ଅଭିଯୋଗ ଦାଖଲ କରିଥିଲେ।  ସେ ଅଭିଯୋଗ କରିଛନ୍ତି ଯେ ସିଏମଙ୍କ ନାମ ଚିହ୍ନିବା ପରେ ଅଭିଯୋଗ ପତ୍ର ସେଠାରେ ଛାଡି ହଠାତ୍ ପୋଲିସ ଷ୍ଟେସନରୁ ରାତି ପ୍ରାୟ ୪ ଟା ସମୟରେ ଫେରି ଆସିଥିଲା।

  ସେ ପିଟିଆଇକୁ ସୂଚନା ଦେଇ କହିଛନ୍ତି, “ବିହାରରେ ଆଇନର ନିୟମକୁ ଦେଖନ୍ତୁ ଜଣେ ଆଇଏଏସ୍ ଅଧିକାରୀ ମାମଲା ରୁଜୁ କରିବା ପାଇଁ ଚାରି ଘଣ୍ଟା ଅପେକ୍ଷା କରିଵାକୁ ପଡୁଛି।   ମୋତେ କେବଳ ମୋର ଅଭିଯୋଗର ଏକ ରସିଦ ହସ୍ତାନ୍ତର କରାଯାଇଛି ବୋଲି କୁମାର କହିଛନ୍ତି। ”ପାଟନା ପୋଲିସ ଅଧୀକ୍ଷକ ଉପେନ୍ଦ୍ର ଶର୍ମା କହିଛନ୍ତି ଅଭିଯୋଗ ହସ୍ତଗତ ହୋଇଛି। ସେ କହିଛନ୍ତି, “ଅଭିଯୋଗ ପଢିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

ଅପରପକ୍ଷରେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ମାମଲାର ତଦନ୍ତ ଦାବି କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି ।

Related Posts