ଟୋକିଓ ଅଲିମ୍ପିକ୍ସ ଭିଲେଜରେ ଦୁଇ ଆଥଲେଟ୍ କରୋନା ପଜିଟିଭ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । କିନ୍ତୁ ନ୍ୟୁଜ୍ ଏଜେନ୍ସି AFP ଅଲିମ୍ପିକ୍ସ ଭିଲେଜରେ ଦୁଇ ଜଣ ଆଥଲେଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଳିଙ୍କ ନାମ ଏବଂ ସେମାନେ କେଉଁ ଦେଶରୁ ଆସିଛନ୍ତି ତାହା ସାର୍ବଜନୀନ ହୋଇନାହିଁ। ପ୍ରଥମ ଥର ପାଇଁ ଜଣେ ଖେଳାଳୀ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହାପୂର୍ବରୁ ଶନିବାର ଦିନ ଅଲିମ୍ପିକ୍ ଇଭେଣ୍ଟ ସହିତ ଜଡିତ ଜଣେ ବ୍ୟକ୍ତି ଅଲିମ୍ପିକ୍ ଭିଲେଜ୍ ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।  

 ଟୋକିଓ 2020 ସିଇଓ ତୋଷିରୋ ମୁଟୋ ନିଶ୍ଚିତ କରିଛନ୍ତି ଯେ ଅଲିମ୍ପିକ୍ ଗେମ୍ସର ସଂଗଠନରେ ନିୟୋଜିତ ଜଣେ ବିଦେଶୀ ଯାତ୍ରୀ ଅଲିମ୍ପିକ୍ ଭିଲେଜ୍ ରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ସେ ଉକ୍ତ ଖେଳାଳିଙ୍କ ଜାତୀୟତା ପ୍ରକାଶ କରିନାହାଁନ୍ତି।

 କରୋନା ମହାମାରୀ ଯୋଗୁଁ ଟୋକିଓ ଅଲିମ୍ପିକ୍ସ, 2020 କୁ ସ୍ଥଗିତ ରଖାଗଲା। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ଖେଳ ପୂର୍ବରୁ ଦର୍ଶକଙ୍କୁ ଷ୍ଟାଡିୟମ ଠାରୁ ଦୂରରେ ରଖାଯାଇଛି। ଏହି ସମୟ ମଧ୍ୟରେ କ୍ବାରେଣ୍ଟିନ୍ ନିୟମ କଡାକଡି କରାଯାଇଛି।

 ଜାପାନରେ କରୋନାର ସ୍ଥିତି 

 ଜାପାନର ଅନେକ ଲୋକ ଚିନ୍ତା ପ୍ରକଟ କରିଛନ୍ତି ଯେ ଖେଳାଳି ଏବଂ ବିଦେଶରୁ ଆସୁଥିବା ଲୋକମାନେ ତାଙ୍କ ଦେଶରେ କରୋନା ବିସ୍ତାର କରିପାରନ୍ତି।  ଏଭଳି ପରିସ୍ଥିତିରେ ଟୋକିଓ ୨୦୨୧ ସୁପର ସ୍ପ୍ରେଡର୍ ହେବାର ସମ୍ଭାବନା ରହିଛି। 

 ଏହାପୂର୍ବରୁ ହୋଟେଲରେ ୧୦ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା ଯେଉଁଠାରେ ବ୍ରାଜିଲ ଟିମ୍ ର ରହିବାର ବ୍ୟବସ୍ଥା କରାଯାଇଥିଲା।  ତେବେ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ନଥିବାରୁ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଅନୁମାନ କରାଯାଇଛି। କରୋନା ମହାମାରୀ ଯୋଗୁ ଗତବର୍ଷ ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରହିଥିଲା । 

ଏବର୍ଷ ବିନା ଦର୍ଶକରେ କଡ଼ା ସୁରକ୍ଷା ଭିତରେ ଆୟୋଜନ ହେଉଛି । କ୍ୱାରେଣ୍ଟାଇନ ନିୟମକୁ ବି କଡ଼ାକଡ଼ି କରାଯାଇଛି । ଶନିବାର ସୁଦ୍ଧା ଜାପାନରେ ୮,୩୧,୧୯୩  କୋଭିଡ୍ କେସ୍ ରିପୋର୍ଟ ହୋଇଛି।  ସେଥିମଧ୍ୟରୁ ୧୫୦୧୪ ଜଣଙ୍କର ମୃତ୍ୟୁ ହୋଇଛି।

Related Posts