ପୋଷା କୁକୁରର ସ୍ମୃତିରେ ବୃଦ୍ଧଜଣଙ୍କ ନିର୍ମାଣ କଲେ ମନ୍ଦିର; ସ୍ଥାପନ କଲେ ୮୦ ହଜାର ଟଙ୍କାର ପ୍ରତିମୂର୍ତ୍ତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିଷ ଓ ଗୃହପାଳିତ ପଶୁମାନଙ୍କର ସମ୍ପର୍କ ଟିକେ ନିଆରା । ଉଭୟଙ୍କର ପରସ୍ପର ପ୍ରତି ଶ୍ରଦ୍ଧା ଭାବନା ଥାଏ । ବର୍ତ୍ତମାନ ଅନେକ ଲୋକ ନିଜ ଘରମାନଙ୍କରେ ଗୃହପାଳିତ ପଶୁ ମାନଙ୍କୁ ରଖିବାରେ ମଧ୍ୟ ଲାଗିଛନ୍ତି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ତେବେ ତାମିଲନାଡ଼ୁର ଶିବଗଙ୍ଗାରେ ୮୨ ବର୍ଷୀୟ ମୁଥୁ ନିଜର ପୋଷା କୁକୁର ଟକ ପାଇଁ ଏକ ମନ୍ଦିର ନିର୍ମାଣ କରିଛନ୍ତି । ଗତ ବର୍ଷ ଅସୁସ୍ଥତା ହେତୁ ଟମଙ୍କର ମୃତ୍ୟୁ ହୋଇଥିଲା । ସେପଟେ ମୁଥୁ ତାଙ୍କ ପୋଷା କୁକୁର ଟମଙ୍କ ସହ ଗତ ୧୧ ବର୍ଷ ଧରି ରହି ଆସୁଥିଲେ । ଟମର ମୃତ୍ୟୁ ପରେ ମୁଥୁ ଅତ୍ୟନ୍ତ ଭାଙ୍ଗିପଡ଼ିଥିଲେ ଏବଂ ଟମ ପାଇଁ ଏକ ମନ୍ଦିର ନିର୍ମାଣ କରିବାର ଯୋଜନା କରିଥିଲେ ।

ଅନ୍ୟପଟେ କୁକୁର ପାଇଁ ନିର୍ମାଣ କରାଯାଇଥିବା ମନ୍ଦିର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦେଖି ଲୋକମାନେ ବୃଦ୍ଧ ମୁଥୁଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ଅନେକ ଲୋକ କହିଥିଲେ ଯେ ପଶୁମାନଙ୍କ ପ୍ରତି ଏତେ ଭଲପାଇବା କ୍ୱଚିତ୍ ଦେଖାଯାଏ । ଅନେକ ଲୋକ କହିଥିଲେ ଯେ ମଣିଷ ସହିତ ମଧ୍ୟ ଏତିକି ସଂଲଗ୍ନତା ଦେଖାଦେଇନଥାଏ ଯେତିକି କୁକୁରପାଇଁ ବୃଦ୍ଧ ଜଣଙ୍କର ରହିଛି । ବୃଦ୍ଧ ମୁଥୁଙ୍କ କହିବା ଅନୁସାରେ ଟମ ତାଙ୍କର ପ୍ରତ୍ୟେକ କଥା ମାନୁଥିଲେ । ଏବଂ ଟମ ବହୁତ ତାଲିମପ୍ରାପ୍ତ କୁକୁର ଥିଲେ । ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts