ପାକିସ୍ତାନର ପଞ୍ଜାବ ବିଧାନସଭାରେ ଉତ୍ତେଜନା; ଉପ-ବାଚସ୍ପତିଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିବାର ଅଭିଯୋଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନର ପଞ୍ଜାବ ବିଧାନସଭାରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି । ଆସେମ୍ଲିର ଅଧିବେଶନ ଆରମ୍ଭ ହେବା ସହ ପିଟିଆଇ ନେତା ୱେଲରେ ପହଞ୍ଚି ଉପ ବାଚସ୍ପତି ମୋହମ୍ମଦ ମଜରୀଙ୍କୁ ମାଡ ମାରିଥିଲେ। ଏପରିକି ସେ ଉପ ବାତସ୍ପତିଙ୍କ ଚୁଟି ଟାଣିବା ସହ ଚାପୁଡା ମାରିଥିବାର ଦେଖିବାକୁ ମିଳିଛି । ସେପଟେ ଡେପୁଟି ବାଚସ୍ପତି ମହମ୍ମଦ ମଜାରୀ ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଗୃହର ଅଧ୍ୟକ୍ଷତା କରିବାକୁ ଆସିଥିଲେ। ଏହି ସମୟରେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫର ବିଧାୟକମାନେ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ବିଧାନସଭାରେ ହିଂସା ଘଟଣାରେ ଡେପୁଟି ସ୍ପିକର କେତେ ଗୁରୁତର ଆହତ ହୋଇଛନ୍ତି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ ଡେପୁଟି ବାଚସ୍ପତିଙ୍କ ନିକଟରେ ଏକ ଲୋଟା ଫିଙ୍ଗି ଦିଆଯାଇଥିଲା ଏବଂ ତାଙ୍କୁ ଘେରି ରହିବାକୁ ଚେଷ୍ଟା କରାଯାଇଥିଲା। ଅନ୍ୟପଟେ ପାକିସ୍ତାନ ମିଡିଆ ରିପୋର୍ଟ ଅନୁସାରେ, ପିଟିଆଇ ନେତା ମଜରୀଙ୍କୁ ଗୋଟିଏ ପରେ ଗୋଟିଏ ଚାପୁଡା ମାରିଥିଲେ। ଉପ ବାଚସ୍ପତିଙ୍କ ଚୁଟି ମଧ୍ୟ ଟାଣିବା ଆରମ୍ଭ କରିଥିଲେ। ପରେ ବିଧାନସଭାରେ ଉପସ୍ଥିତ ପୋଲିସକର୍ମୀ ସ୍ଥିତିକୁ ନିୟନ୍ତ୍ରଣକୁ ନେଇ ଉପ ବାଚସ୍ପତିଙ୍କୁ ଉଦ୍ଧାର କରି ବିଧାନସଭା ଭବନ ବାହାରକୁ ନେଇଥିଲେ। ଏହାପରେ ଅଧିବେଶନକୁ ସ୍ଥଗିତ କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts