
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଛି ଅଭାବନୀୟ ଏକ ଘଟଣା । ଦିଲ୍ଲୀର ଶାହଦରାରେ ପ୍ରତିଶୋଧ ନେବା ପାଇଁ ଜଣେ ମହିଳାଙ୍କୁ ଅପହରଣ କରି ତାଙ୍କ ସହ ଗଣଦୁଷ୍କର୍ମ କରାଗଲା। ଏହାପରେ କିଛି ମହିଳା ସେହି ମହିଳାଙ୍କର ଚୁଟି କାଟି ମୁହଁରେ କାଳି ବୋଳି ବେକରେ ଚପଲ ମାଳା ପିନ୍ଧାଇ ରାସ୍ତାରେ ବୁଲାଇଥିଲେ। ପୁଲିସ ଏହି ମାମଲାରେ ୪ ଜଣ ମହିଳାଙ୍କୁ ଗିରଫ କରିଛି। ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ଵାତୀ ମାଲିଓ୍ଵାଲ ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଅପରାଧୀଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ନିଆଯାଉ। ସ୍ଵାତୀ ମାଲିଓ୍ଵାଲ ମହିଳାଙ୍କୁ ରାସ୍ତାରେ ବୁଲାଉଥିବାର ଭିଡିଓ ଟ୍ଵିଟରରେ ଶେୟାର କରି ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କରିଛନ୍ତି। ସେ ଯୁବତୀ ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କିରବା ପାଇଁ କହିଛନ୍ତି। ମାଲିଓ୍ଵାଲ କହିଛନ୍ତି, ସେ ମହିଳାଙ୍କୁ ଭେଟିଛନ୍ତି । ମହିଳା ଜଣକ କହିଛନ୍ତି ୩ ଜଣ ଲୋକ ତାଙ୍କ ସହ କିପରି ଗଣଦୁଷ୍କର୍ମ କରିଛନ୍ତି।
ମହିଳାଙ୍କ ଶରୀରରେ ଅମାନବୀୟ ଘା କରି ଦିଆହୋଇଛି। ସେ କହିଛନ୍ତି ମଦ ବିକ୍ରୟ କରୁଥିବା ଲୋକମାନେ ତାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। ଅନ୍ୟପଟେ ବ୍ୟକ୍ତିଗତ ଝଗଡାରୁ ମହିଳାଙ୍କ ସହ ଏପରି କାର୍ଯ୍ୟ କରାଯାଇଛି ବୋଲି ପୁଲିସ କହିଛି । ସେପଟେ ଶାହଦରାରେ ନଭେମ୍ବର ୨୦୨୧ରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଏହାପରେ ଯୁବକଙ୍କ ପରିବାର ଲୋକ କହି ଆସୁଥିଲେ ସେହି ମହିଳାଙ୍କ ପାଇଁ ତାଙ୍କ ପୁଅ ଆତ୍ମହତ୍ୟା କରିଥିଲା । ଏହି ଯୁବକ ସବୁବେଳେ ସେହି ମହିଳାଙ୍କ ପଛରେ ଘୁରି ବୁଲୁଥିଲା। ପୀଡିତାଙ୍କ ଭଉଣୀ ଏହି ମାମଲାରେ ନିଜ ପକ୍ଷ ରଖି କହିଛନ୍ତି, ତାଙ୍କ ପୀଡିତା ଭଉଣୀ ବିବାହିତା ଅଟନ୍ତି ଓ ତାଙ୍କର ଏକ ପୁଅ ବି ଅଛି। ଯୁବକ ଜଣକ ଆତ୍ମହତ୍ୟା କରିବା ପରେ ସେ ଭଡା ଘରେ ରହୁଥିଲେ। ସେହି ଯୁବକଙ୍କ କାକା ତାଙ୍କୁ କଡକଡଡୁମାରୁ ତାକୁ ଅପହରଣ କରି ନେଇଥିଲା ଓ ତାପରେ ତା ସହିତ ଆମାନବୀୟ କାର୍ୟ୍ୟ କରା ହେଲା ।