38,427 କୋଟି ଖାଇଗଲେ ରାଜ୍ୟ ସରକାର

(ସତ୍ୟପାଠ ବ୍ୟୁରୋ) CAG ରିପୋର୍ଟକୁ ନେଇ ରାଜ୍ୟସରକାରଙ୍କୁ BJPର ଟାର୍ଗେଟ । ଲକ୍ଷେ କୋଟିରୁ ଅଧିକ ଟଙ୍କାର ବଜେଟ କରୁଥିବା ରାଜ୍ୟ ସରକାର କିନ୍ତୁ ୨୧ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିପାରି ନଥିବା କହିଛନ୍ତି ସିଏଜି । ମହିଳା ଓ ଶିଶୁ ବିକାଶ, ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ଅର୍ଥ ଖର୍ଚ୍ଚ ହୋଇନି । ପୂର୍ତ୍ତ ବିଭାଗରେ କମ୍ କାମ କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଛି ବିଜେପି | ରିଜର୍ଭ ବ୍ୟାଙ୍କରେ ଟଙ୍କା ଥାଇ ବି ୮% ସୁଧରେ ସରକାର କାହିଁକି ଋଣ ଆଣିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ୩ଶହ କୋଟିର ଚିଟ୍‌ଫଣ୍ଡ କର୍ପସ ପାଣ୍ଠିରୁ ହିତାଧିକାରୀ ଟଙ୍କାଟିଏ ବି ପାଇନାହାନ୍ତି । କେନ୍ଦ୍ରୀୟ ଯୋଜନାରେ ୩୮ ହଜାର ୪୨୭ କୋଟି ଟଙ୍କା ଖାଇ ଯାଇଛନ୍ତି ରାଜ୍ୟ ସରକାର । ଟଙ୍କା କେଉଁ ବାଟରେ ଖର୍ଚ୍ଚ କରାଯାଇଛି ତାହାର  ପ୍ରମାଣ ସରକାର ଦେଇପାରୁ ନଥିବା କହିଛନ୍ତି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ।

ରାଜ୍ୟରେ ସବୁ ଠିକ ଚାଲିଥିବା ଡିଣ୍ଡିମ ପିଟୁଥିବା ସରକାର କେନ୍ଦ୍ର ପାଣ୍ଠି ଖର୍ଚ୍ଚ ନ କରି କେଉଁ ଆଧାରରେ ବଜାରରୁ ଟଙ୍କା ଋଣ ଆଣିଛନ୍ତି । ଯେଉଁ ବିଭାଗରେ ପିସି କାରବାର ହୋଇପାରିବ ସେଠି ହିଁ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ତ୍ରୁଟି ସାମନାକୁ ଆସିଛି । କେନ୍ଦ୍ରରୁ ଆସୁଥିବା ପାଣ୍ଠିକୁ ଖର୍ଚ୍ଚ କରିପାରୁନାହାଁନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ମହିଳା ଓ ଶିଶୁ ବିକାଶ ବିଭାଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି ହେଲେ ସେଥିପାଇଁ ଆସୁଥିବା ଟଙ୍କା ଫେରିଯାଉଛି । ଯାହା ସରକାରଙ୍କ ଅପାରଗତାର ସୂଚନା ଦେଉଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି । କେନ୍ଦ୍ର ପାଣ୍ଠି ଖର୍ଚ୍ଚ କରି ନ ପାରୁଥିବା ସରକାର କାହା ସ୍ୱାର୍ଥରେ ଖୋଲା ବଜାରରୁ ରାଜ୍ୟ ସରକାର ୧୨,୧୩୦କୋଟି ଟଙ୍କା ଋଣ ଆଣିଛନ୍ତି । ପୂର୍ତ୍ତ ବିଭାଗରେ ଟଙ୍କା ଖର୍ଚ୍ଚ ଦେଖାଇ ଆତ୍ମସାତ କରିଛନ୍ତି । ୧୦୦କିମି ରାସ୍ତା ପାଇଁ ୨୧୯ କୋଟି ମଞ୍ଜୁର ଥିଲା । କିନ୍ତୁ କେବଳ ୪୮କିମି ରାସ୍ତା ତିଆରି କରି ବାକି ଟଙ୍କା ସରକାର ଖାଇଦେଲେ ।

୨୦୧୫-୧୬ରେ ରାଜ୍ୟ ସରକାର କରିଥିବା ଆଳୁ ମିଶନ ଫେଲ ହୋଇଛି । ତେବେ ରାଜ୍ୟ ସରକାର ୧୩୦କୋଟି ଟଙ୍କାର ଆଳୁ ମିଶନ ଆରମ୍ଭ କରିଥଲେ ମାତ୍ର ୨୬କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ଚିଟଫଣ୍ଡ କୋଟିର କର୍ପସ ପାଣ୍ଠି କଲେ, କାହାରିକୁ ବି ଫେରାଇଲେନି ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

Related Posts