ଭାରତ ଚାହୁଁଛି ଶାନ୍ତି ବଜାୟ ରହୁ; ଯୁଦ୍ଧ ଭଳି ସ୍ଥିତି ଉପୁଜିବାର ଆବଶ୍ୟକତା ନଥିଲା: ରାଜନାଥ ସିଂ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ୟୁକ୍ରେନ ସପକ୍ଷରେ ନାଟୋ ସମୂହ ଛିଡା ହେବା ସହ ଋଷ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଏପରିକି ନାଟୋ ଗ୍ରୁପ୍ ପକ୍ଷରୁ ୧୦୦ଟି ଲଢୁଆ ବିମାନ ଓ ୧୨୦ଟି ଯୁଦ୍ଧ ଜାହାଜ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇ ଅଛନ୍ତି । ଏହା ମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ତେବେ ଭାରତ ଶାନ୍ତି ଚାହୁଁଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୟୁକ୍ରେନରେ ଏବେ ସ୍ଥିତି ଗମ୍ଭୀର ଅଛି । ୟୁକ୍ରେନ ସ୍ଥିତି ଉପରେ ଆମର ନଜର ରହିଛି ।

ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି । ସବୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଯାହା ଆବଶ୍ୟକ ତାହା କରିବୁ । ପୂର୍ବରୁ ମଧ୍ୟ ବିମାନ ପଠାଇ ଆମେ ଭାରତୀୟଙ୍କୁ ଉଦ୍ଧାର କରିଛୁ, ୟୁକ୍ରେନରେ ମଧ୍ୟ ଉଦ୍ଧାର କାର୍ୟ୍ୟ ଜାରି ରହିଥିଲା । ତେବେ ଆଜି ମିସାଇଲ ଆକ୍ରମଣ ଫଳରେ ସେଠାରେ ବିମାନ ଅବତରଣ କରିପାରିନଥିଲା । ଭାରତ ଚାହୁଁଛି ଶାନ୍ତି ବଜାୟ ରହୁ, ଯୁଦ୍ଧ ଭଳି ସ୍ଥିତି ଉପୁଜିବାର ଆବଶ୍ୟକତା ନଥିଲା । ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବା ଉଚିତ୍ ।

Related Posts