କରୋନା ରେ ମା-ବାପା ଙ୍କୁ ହରାଇଥିବା ପିଲାଙ୍କ ନାଁ ରେ ୧୦ ଲକ୍ଷ ଟଙ୍କା ଫିକ୍ସଡିପୋଜିଟ କରିଵେ ଆନ୍ଧ୍ର ସରକାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଛତିଶଗଡ, ଦିଲ୍ଲୀ, ଏବଂ ମଧ୍ୟପ୍ରଦେଶ ସରକାରଙ୍କ ପରେ ଏବେ ଆନ୍ଧ୍ରପ୍ରଦେଶ ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ କହିଛନ୍ତି ଯେ କୋଭିଡ ରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ଆକାଉଣ୍ଟରେ ସରକାର 10 ଲକ୍ଷ ଟଙ୍କା ଫିକ୍ସଡ୍ ଡିପୋଜିଟ୍ କରିବେ। ମହାମାରୀରେ ପିତାମାତା ହରାଇଥିବା ପିଲାଙ୍କ ପାଇଁ 10 ଲକ୍ଷ ଟଙ୍କାର ଆର୍ଥିକ ପ୍ୟାକେଜ୍ ପ୍ରସ୍ତୁତ କରିବାକୁ ସିଏମ୍ ଜଗନ୍ ରେଡ୍ଡୀ ସବୁ ଜିଲ୍ଲାର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କରେ କୋଭିଡ ରେ ପିତା ମାତା ହରାଇଥିବା ପିଲାମାନଙ୍କ ନାମରେ 10 ଲକ୍ଷ ଟଙ୍କା ଫିକ୍ସଡ୍ ଡିପୋଜିଟ୍ କରାଯିବ। ତେବେ 25 ବର୍ଷ ବୟସ ନହେବା ପର୍ଯ୍ୟନ୍ତ ଏହି ଟଙ୍କାକୁ ସେମାନେ ଉଠାଇପାରିବେ ନାହିଁ। ପ୍ରତି ମାସରେ, ଏହି ପିଲାଙ୍କ ଅଭିଭାବକଙ୍କୁ 5-6% ସୁଧ ଦିଆଯିବ । ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଆରୋଗ୍ୟ ଶ୍ରୀ ଯୋଜନା ରେ ଏବେ ‘ବ୍ଲାକ୍ ଫଙ୍ଗସ୍’ ଅନ୍ତର୍ଭୁକ୍ତ କରାଯାଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ନଅଟି ବ୍ଲାକ ଫଙ୍ଗସ୍ ମାମଲା ରିପୋର୍ଟ ହୋଇଛି। ବର୍ତ୍ତମାନ ଉପୁଜୁଥିବା ନୂତନ ବିପଦ ପ୍ରତି ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଆରୋଗ୍ୟ ଶ୍ରୀ କଲ୍ୟାଣ ଯୋଜନା ଅଧୀନରେ ବ୍ଲାକ୍ ରୋଗୀଙ୍କୁ ମାଗଣା ଚିକିତ୍ସା ଦିଆଯିବ।”

Related Posts