ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଗତକାଲି ବିଭିନ୍ନ ରାଜ୍ୟର ରାଜ୍ୟପାଳମାନେ ରାଷ୍ଟ୍ରପତି ମହୋଦୟାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏହି କ୍ରମରେ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଦ୍ରୌପଦୀଙ୍କୁ ସାକ୍ଷାତ କରିଛନ୍ତି।

ସୂଚନା ଅନୁସାରେ ବିଶ୍ବଭୂଷଣ ଏବଂ ଦ୍ରୌପଦୀ ମୁର୍ମୁ ଉଭୟ ଓଡିଶା ବିଜେପିରୁ ରାଜନୀତିରୁ ଏହି ସ୍ତରକୁ ଉଠିଛନ୍ତି। ଉଭୟ ମଧ୍ୟ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଥିବା ବେଳେ ମନ୍ତ୍ରୀ ରହିଥିଲେ। ସେହିପରି ଦ୍ରୌପଦୀ ମୁର୍ମୁ ଯେପରି ରାଜ୍ୟପାଳ ଥିଲେ ବିଶ୍ବଭୂଷଣ ମଧ୍ୟ ରାଜ୍ୟପାଳ ହୋଇଛନ୍ତି। ଉଭୟ ବେଶ କିଛି ସମୟ ଧରି ପୁରୁଣା ସ୍ମତି ବିଷୟରେ ଆଲୋଚନା କରିଥିଲେ ବୋଲି ଜଣାପଡିଛି।

Related Posts