କୁମ୍ବଲେ ପୁଣି ଆଇସିସି କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପୁଣି ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ହେଲେ ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେ । ପୂର୍ବରୁ ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ରହିସାରିଛନ୍ତି କୁମ୍ବଲେ । ଏବେ କୁମ୍ବଲେ 3 ବର୍ଷ ଯାଏଁ ଆଇସିସି କ୍ରିକେଟ୍‌ କମିଟି ଅଧ୍ୟକ୍ଷ ପଦରେ ରହିବେ । ଦୁବାଇରେ ବୋର୍ଡ ସଭାରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ 2012, ଏହାପରେ 2016 ଏବଂ ଏବେ ତୃତୀୟ ଥର ପାଇଁ ଆଇସିସି କମିଟିର ଅଧ୍ୟକ୍ଷ ହୋଇଛନ୍ତି  ।

ଶନିବାର ଦୁବାଇଠାରେ ଆଇସିସି 6 ଦିବସୀୟ ବୈଠକ ଶେଷ ହୋଇଛି । ବୈଠକରେ ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଖେଳାଳିଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ବିସିସିଆଇ ପରାମର୍ଶ ଦେଇଛି । ଏହାସହ ବିଶ୍ବ ଡ୍ରଗ୍‍ ନିରୋଧ ସଂସ୍ଥା (ୱାଡା) ଉପରେ ଆଇସିସି ଓ ବିସିସିଆଇର ସହଭାଗିତା ଉପରେ ଆଲୋଚନା କରାଯାଇଥିଲା ।

Related Posts