କେରଳରେ ଚିହ୍ନଟ ହେଲା ମଙ୍କିପକ୍ସର ଆଉ ଏକ ମାମଲା, ଦେଶରେ ୭ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେରଳରେ ମଙ୍କିପକ୍ସର ଲକ୍ଷଣ ଥିବା ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏବେ କେରଳରେ ପୁଣି ନୂଆ ମଙ୍କିପକ୍ସର ଏକ ମାମଲା ସାମ୍ନାକୁ ଆସିଛି । ୟୁଏଇରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । କେରଳରେ ମଙ୍କିପକ୍ସର ଏହା ଏବେ ପର୍ଯ୍ୟନ୍ତ ପଞ୍ଚମ ମାମଲା ରୂପେ ସାମ୍ନାକୁ ଆସିଛି । କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ରାଜ୍ୟରେ ଆଉ ଜଣେ ମଙ୍କିପକ୍ସ ମାମଲାର ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ।ସେ କହିଛନ୍ତି କି ରାଜ୍ୟର ୩୦ବର୍ଷୀୟ ଏହି ବ୍ୟକ୍ତିଙ୍କ ଏବେ ମଲପ୍ପୁରମରେ ଚିକିତ୍ସା ଚାଲିଛି । ରାଜ୍ୟରେ ଏବେ ପର୍ଯ୍ୟନ୍ତ ଏହା ପଞ୍ଚମ ମାମଲା ଅଟେ । ତେବେ ଏହି ମାମଲା ଚିହ୍ନଟ ହେବାପରେ ସମଗ୍ର ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ସଂଖ୍ୟା ଏବେ ୭ରେ ପହଞ୍ଚିଛି।

Related Posts