ୟୁକ୍ରେନର ଯୁଦ୍ଧ ଭୂମିରେ ପଡିଲା ଆଉ ଏକ ହାତଗଣ୍ଠି, ବିବାହ କଲେ ୟୁକ୍ରେନର 2 ସୈନ୍ୟ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଘନଘନ ମିଶାଇଲ ମାଡ଼ ଓ ବୋମା ମାଡ଼ ରେ ଧ୍ଵଂସ ବି ଧ୍ଵଂସ ପାଲଟି ଯାଇଛି ୟୁକ୍ରେନ । କିନ୍ତୁ ନିଜ ଜିଦ୍ ରେ ଅଟଳ ରହି ଋଷ ସେନାଙ୍କ କଡ଼ା ମୁକାବିଲା କରୁଛନ୍ତି । ତେବେ ଏହାରି ମଧ୍ୟରେ ଯୁଦ୍ଧ ପ୍ରବଣ ୟୁକ୍ରେନର ଯୁଦ୍ଧ ଭୂମିରେ ଏକ ଗୋଟିଏ ହାତରେ ବନ୍ଧୁକ, ଆର ହାତରେ ଗୋଲାପ, ଛାତିରେ ମୃତ୍ୟୁର ଛନକା, ମନରେ ପ୍ରେମ ଆଉ ଭଲପାଇବାକୁ କୋଳେଇ ନେବାର ଆଶାକୁ ନେଇ ଦୁଇ ପ୍ରେମୀ ଯୁଗଳ । ମୃତ୍ୟୁ ଚତୁର୍ପାଶ୍ବରେ ନିଇତି କବାଟ ଖଟ ଖଟ କରୁଛି, କିନ୍ତୁ ଅତୀତରେ ଦେଇଥିବା ପ୍ରତିଶୃତିକୁ ପ୍ରତ୍ୟାଖାନ କରିବାକୁ ମନ ମାନୁନି । ଏପରି କିଛି ଜୀବନ-ମୃତ୍ୟୁ ଆଉ ପାର୍ଥୀବ ସୁଖକୁ ତୋଳି ନେବାର ଆଶାରେ ୟୁକ୍ରେନ ସୈନ୍ୟ ।

ଯୁଦ୍ଧକ୍ଷେତ୍ରରେ ବିବାହ କରିଛନ୍ତି 2 ୟୁକ୍ରେନ ସୈନ୍ୟ । ଋଷର ଆକ୍ରମଣରେ ଚୁରମାର ହୋଇ ଯାଇଥିବା ସ୍ବପ୍ନ ସାମ୍ରାଜ୍ୟରେ ବି ରାଜା-ରାଣୀ ହୋଇ ପାରିଛନ୍ତି 2 ସୈନ୍ୟ । ଏ ଜନ୍ମର ଭବିଷ୍ୟତର କୌଣସି ବାସ୍ତବତା ନଥିଲେ ବି ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି ୟୁକ୍ରେନ 2 ସୈନ୍ୟ ଅନାସ୍ତେସିଆ ଏବଂ ଭିଏତେସ୍ଲେଭ । ରାଜଧାନୀ କିଭର ଯୁଦ୍ଧ କ୍ଷେତ୍ରରେ ବିବାହ କରିଛନ୍ତି ଉଭୟ । ବିବାହ ସମୟରେ ଉଭୟ ସୈନ୍ୟ ପୋଷାକ ଏବଂ ହାତରେ ବନ୍ଧୁକ ସହ ଫୁଲ ତୋଡା ଧରିଥିବା ଦେଖିବାକୁ ମିଳିଛି । ସେହିପରି ଅନାସ୍ତେସିଆ, ଭିଏତେସ୍ଲେଭଙ୍କୁ ମୁଦି ମଧ୍ୟ ପିନ୍ଧାଇଛନ୍ତି । ଦୁଃଖର ଚୋରାବାଲିରେ ଏପରି ବିବାହ ୟୁକ୍ରେନର ଅନ୍ୟ ସୈନ୍ୟମାନଙ୍କ ମୁହଁରେ ମଧ୍ୟ ସାମାନ୍ୟ ହସ ଫୁଟାଇଛି ।ସେପଟେ ଗୋଟିଏ ମାସରୁ ଊର୍ଦ୍ଧ୍ବ ହେବ ଋଷ, ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଦେଶର ଯେଉଁଠିକୁ ଗଲେ କେବଳ ମୃତଶରୀର ଦେଖିବାକୁ ମିଳିଛି । କିଏ ବାପା-ମାଆ, ବନ୍ଧୁ-ପରିଜନ ଓ ସହୋଦରଙ୍କୁ ହରାଇଛି । ଶାନ୍ତି ପାଇଁ ରାଷ୍ଟ୍ରପତି ବିଶ୍ବବାସୀଙ୍କୁ ନିବେଦନ କରୁଛନ୍ତି । ମାତ୍ର କେବେ ଦେଶକୁ ଶାନ୍ତି ଫେରିବ ଏବଂ ଅତୀତର ହସ ପୁଣି ଫୁଟିବ ତାହା ଅନିଶ୍ଚିତତା ଘେରରେ । ଅନେକ କଟକଣା ପରେ ବି ଋଷ ୟୁକ୍ରେନ ଉପରକୁ କଟକଣା ଜାରି ରଖିଛି ।

Related Posts