
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କୁ ଗାଦିଚୁ୍ୟତ କରିବା ପାଇଁ ପାକିସ୍ତାନରେ ବିରୋଧୀ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଆଜି ଇମ୍ରାନ୍ ଖାଁଙ୍କ ବିରୋଧ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବାକୁ ଥିବା ବେଳେ ଏହାକୁ ଜାଣିଶୁଣି ଇମ୍ରାନ ବିଳମ୍ବ କରାଉଥିବା କହିଛନ୍ତି ବିରୋଧୀ। ସେପଟେ ଇମ୍ରାନଙ୍କ ଏଭଳି କାରନାମା ଦେଖିବା ପରେ ତାଙ୍କୁ ମାନସିକ ରୋଗୀ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ଶରିଫ୍।
ତେବେ ଯେଉଁ ବ୍ୟକ୍ତି ହୋସରେ ନାହାନ୍ତି, ତାଙ୍କୁ ଦେଶର ଦାୟିତ୍ବ ଦେଇ ବିନାଶ କରିବାକୁ ଦିଆଯାଇପାରିବ ନାହିଁ। ତାଙ୍କୁ ପ୍ରଧାନମନ୍ତ୍ରୀ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାବରେ ସମ୍ମାନ ଦିଆଯିବା ଉଚିତ ନୁହେଁ। ସେ ହେଉଛନ୍ତି ଜଣେ ମାନସିକ ରୋଗୀ, ଯିଏ ନିଜକୁ ବଞ୍ଚାଇବା ପାଇଁ ସମଗ୍ର ଦେଶକୁ ବନ୍ଧକ ପକାଇଛନ୍ତି ବୋଲି ଟ୍ବିଟ କରି ମରିୟମ ନୱାଜ ସରିଫ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।