ପୁଣି ୟୁକ୍ରେନ୍‌ ରୁ ଆସିଲା ଆଉ ଏକ ହୃଦୟ ବିଦାରକ ଫଟୋ: ସେନାରେ ସାମିଲ୍ ହେବା ପାଇଁ ଆଗକୁ ଆସିଲେ ୮୦ ବର୍ଷୀୟ ବୃଦ୍ଧ

ୟୁକ୍ରେନ୍‌ ଉପରେ ରୁଷର କ୍ରୁରତା ବଢ଼ିବାକୁ ଲାଗିଛି । ଋଷ ସେନା ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛନ୍ତି । ଏବେ ଏହି ଆକ୍ରମଣର ପ୍ରଭାବ ସୋଶିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି। ଅନେକ ଲୋକ ୟୁକ୍ରେନ ସମର୍ଥନରେ ବାହାରି ତା’ପାଇଁ ପ୍ରାର୍ଥନା କରୁଥିବା ବେଳେ ରୁଷକୁ ନିନ୍ଦା କରିଥିବା ଦେଖିବାକୁ ମିଳିଛି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜୋଲେନସ୍କି ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଲୋକଙ୍କୁ ବନ୍ଧୁକ ଧରିବାକୁ ଅନୁମତି ଦେଇସାରିଛନ୍ତି।

ବଢୁଥିବା ତିକ୍ତତା ମଧ୍ୟରେ ସୋଶାଲ ମିଡିଆରେ ଅନେକ ୟୁକ୍ରେନ ନାଗରିକଙ୍କର ହୃଦୟ ବିଦାରକ ଫଟୋ ଭାଇରାଲ ହେବାରେ ଲାଗିଛି। କୁହାଯାଏ ମାଟି ମା’ଠୁ ବଳି ଆଉ କେହି ନାହିଁ। ତେଣୁ ଦେଶକୁ ବିପଦ ମାଡି ଆସିଲେ ଏହାକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଏକାଠି ହୋଇଯାଆନ୍ତି। ଯାହାର ଏକ ଚିତ୍ର ଦେଖିବାକୁ ମିଳିଛି ୟୁକ୍ରେନରେ। ୟୁକ୍ରେନ ସୌନ୍ୟ ବାହିନୀରେ ଯୋଗଦେବା ପାଇଁ ଧାଡିରେ ଠିଆ ହୋଇଥିବା ଜଣେ 80 ବର୍ଷୀୟ ବୃଦ୍ଧଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ ବ୍ୟାଗରେ ଦୁଇଟି ଟି-ସାର୍ଟ, ଏକ ପ୍ୟାଣ୍ଟ, ଟୁଥ୍ ବ୍ରଶ୍ ଏବଂ ମଧ୍ୟାହ୍ନ ଭୋଜନ ସହିତ କିଛି ସାଣ୍ଡୱିଚ୍ ଧରିଛନ୍ତି। ସେ ତାଙ୍କ ନାତି ନାତୁଣୀଙ୍କ ପାଇଁ ଏହା ରଖିଥିବା କହିଛନ୍ତି।

ୟୁକ୍ରେନ୍‌ର ପୂର୍ବତନ ଫାଷ୍ଟ ଲେଡି କ୍ୟାଟ୍ରିନା ୟୁଶେଙ୍କୋ ଏହି ଫଟୋକୁ ଟ୍ୱିଟ କରି ସେୟାର କରି କହିଛନ୍ତି।

Related Posts