ଛତିଶଗଡର ବସ୍ତର ବିଜାପୁର ଜିଲ୍ଲାର ଜାବେଲି ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ: ଦୁଇ ମହିଳା ମାଓବାଦୀ ନିହତ

ଛତିଶଗଡର ବସ୍ତର ବିଜାପୁର ଜିଲ୍ଲାରେ ଜାବେଲି ଗାଁ ନିକଟ ଜଙ୍ଗଲରେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ମାଓବାଦୀ । ମାଓ ସଂଗଠନ ଗୁଡିକର ମୂଳଉତ୍ପାଟନ କରିବା ପାଇଁ ଛତିଶଗଡ ଓ ଓଡ଼ିଶା ପୋଲିସ୍ ଅଣ୍ଟାଭିଡିଥିବା ବେଳେ ଉକ୍ତ ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ନେଇ ଖବର ପାଇଥିଲେ ପରେ ଏନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ସର୍ଚ୍ଚ ଅପରେସନ । ପରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା ।

ସୂଚନା ଅନୂସାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ମାଓ କ୍ୟାମ୍ପ ଥିବା ସୂଚନା ପାଇ ଏହି ଅପରେସନ୍ କରାଯାଉଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଗତକାଲି ବିଳମ୍ବିତ ରାତିରୁ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା ପୁରା ରାତି ତମାନ ଉଭୟ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଅପରେସନ୍ ଶେଷରେ ସେହି ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ୍ ହେବା ସହିତ ଦୁଇ ମହିଳା କ୍ୟାଡର ମାଓବାଦୀଙ୍କ ମୃତ ଦେହ ମଧ୍ୟ ଉଦ୍ଧାର କରାଯାଇଛି ।

Related Posts