ସ୍ବପ୍ନ ସବୁ ମାଟିରେ ମିଶିଗଲା; ୨ ମାସପରେ ହୋଇଥାନ୍ତା ଝିଅ ବାହାଘର

ଭୁବନେଶ୍ୱର (ସତ୍ୟପାଠ):- ମୁହୁର୍ତ୍ତକ ମଧ୍ୟରେ ସବୁ ସ୍ବପ୍ନ ମାଟିରେ ମିଶିଗଲା, ଛାରଖାର ହୋଇଗଲା ସୁଖର ସଂସାର ୨ ମାସ ପରେ ହୋଇଥାନ୍ତା ଝିଅ ବାହାଘର ଏକଥା କହିଛନ୍ତି କୋହଭରା କଣ୍ଠରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ନିର୍ମାଣାଧିନ କୋଠା ଭୁଷୁଡି ପ୍ରାଣ ହରାଇଥିବା ବଡମ୍ବା ଅଞ୍ଚଳର ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ପତ୍ନୀ ।

ଦିଲ୍ଲୀପ କନଷ୍ଟ୍ରକସନରେ କାମ କରୁଥିବା ଅନ୍ତର୍ଯ୍ୟାମୀ ଗୁରୁ ପ୍ରାଣ ହରାଇବା ପରେ ଗତକାଲି କ୍ୟାପିଟାଲ ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଥିଲା ଶୋକାକୂଳ ପରିବେଶ । ଗଣମାଧ୍ୟମରୁ ଖବର ପାଇ ଧାଇଁ ଆସିଥିଲେ ବଡମ୍ବା ନରସଂହପୁର ଅଞ୍ଚଳରୁ ତାଙ୍କ ପରିବାର ପରିଜନ । ମୁଣ୍ଡ ପିଟି କାନ୍ଦୁଥିବା ଅନ୍ତର୍ଯ୍ୟାମୀର ଧର୍ମପତ୍ନୀ କହୁଥିଲେ ବାହାଘର ଯୋଗାଡ ସରିଥିଲା ଆଉ ୨ ମାସ ପରେ ସମ୍ପର୍ଣ୍ଣ ହୋଇଥାନ୍ତା ଅଥଚ ବିଧିର ବିଧାନ ବିଚିତ୍ର ମୁହୁର୍ତ୍ତକ ମଧ୍ୟରେ ସବୁ ସ୍ବପ୍ନ ମାଟିରେ ମିଶିଗଲା । ଠିକା ସଂସ୍ଥା ପରିବାରର ବୋଝ ଲାଘବ ପାଇଁ କ୍ଷତିପୁରଣ ଅନ୍ତର୍ଯ୍ୟାମୀଙ୍କ ବିଧବା ପତ୍ନୀ ଦାବି କରିଛନ୍ତି ।

Related Posts