5-Tର ଆଣ୍ଟି କ୍ଲାଇମାକ୍ସ !

5-ଟିକୁ ବିରୋଧ । ‘ମୋ ସରକାର’କୁ ‘ମୋର ସରକାର’ରେ ପରିଣତ କରିବାକୁ ଆରମ୍ଭ ହୋଇଯାଇଛି ପ୍ରଚେଷ୍ଟା । ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଖୁସି କରିବାକୁ ସବୁ ନିୟମ କାନୁନ ଭୁଲିଯାଉଛନ୍ତି ଅଫିସର । କାହାର କେଉଁ କ୍ଷମତା ତାହା ବି ଜଣାପଡ଼ୁନି । ବଡ଼ ବାବୁ ଖୁସ୍‌ ତ ଆମେ ବି ଖୁସ ନ୍ୟାୟରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ତେବେ ଏଭଳି ଅତି ଉତ୍ସାହ କ’ଣ ପାଇଁ ? କାହିଁକି କ୍ଷମତା ବାହାରକୁ ଯାଇ ଏଭଳି ଆକ୍ସନ ନିଆଯାଉଛି । ମେଡିକାଲ ବାରଣ୍ଡାରେ ବାରମ୍ବାର ମହିଳାଙ୍କ ପ୍ରସବ ଘଟଣା ହେଉ କି ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍‌ଓ ଓ ବଣାଇ ବିଇଓ ବିନୟ ପ୍ରକାଶଙ୍କ ନିଲମ୍ବନ ହେଉ, ଏସବୁ ଘଟଣା ରାଜ୍ୟ ସରକାରଙ୍କ ‘ମୋ ସରକାର’ର ଦୋମୁହାଁ ନୀତି ଖୋଲି ଦେଇଛି । କ୍ଷମତାରେ ଥିବା ବାବୁମାନଙ୍କ ମନଇଛା କାର୍ଯ୍ୟକୁ ଦେଖିଲେ ଜଣାଯାଉଛି ଯେ ଏହା ‘ମୋ ସରକାର’ ନୁହେଁ ବରଂ ଏହା ‘ମୋର ସରକାର’ । ତେବେ 5-ଟିର ଆଣ୍ଟି କ୍ଲାଇମାକ୍ସକୁ ନେଇ ସତ୍ୟପାଠର ଏ ରିପୋର୍ଟ ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଇଓ ବିନୟ ପ୍ରକାଶଙ୍କ ନିଲମ୍ବନକୁ ନେଇ ହରଡ଼ଘଣାରେ ସରକାର । ବିନୟଙ୍କ ନିଲମ୍ବନକୁ ନିୟମ ବାହାରେ ଯାଇ କରାଯାଇଥିବା ଅଭିଯୋଗ କରିଛି ଓଡ଼ିଶା ଏଜୁକେସନ ସର୍ଭିସ୍ (ସ୍କୁଲ ବ୍ରାଞ୍ଚ) ଆସୋସିଏନ । ଆସୋସିଏସନର କହିବା କଥା ବିଇଓଙ୍କୁ ନିଲମ୍ବନ କରିବାର କ୍ଷମତା ଜିଲ୍ଲାପାଳଙ୍କର ନଥିବା ବେଳେ ଜିଲ୍ଲାପାଳ କିଭଳି ନିଲମ୍ବନ ଆଦେଶ ଦେଲେ । ତେଣୁ ଏଠି ନିୟମକୁ ନିଜେ ଉଲ୍ଲଘଂନ କରିଛନ୍ତି ଜିଲ୍ଲାପାଳ । ବିନା କୌଣସି ପ୍ରାଥକିମ ତଦନ୍ତରେ ହଠାତ ନିଲମ୍ବନ ଆଦେଶକୁ ଗ୍ରହଣ କରିପାରିନି ସଂଘ । ଅକ୍ଟୋବର 3ରେ ବଣାଇ ବିଇଓ ବିନୟ ପ୍ରକାଶ ତିଲେଇମାଳ ପ୍ରାଥକିମ ସ୍କୁଲକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ମଧ୍ୟାହ୍ନ ଭୋଜନର ମାନ ସମ୍ପର୍କରେ ପଚାରି ବୁଝିଥିଲେ  । ପିଲାମାନେ ମଧ୍ୟାହ୍ନ ଭୋଜନରେ ଭାତ ଓ ଡାଲମା ବି ବିଇଓଙ୍କ ସମ୍ନାରେ ଖାଇଥିଲେ । ବିଇଓଙ୍କୁ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ହୀରାମଣି ସାହୁ ନିଜର ଟିଫିନ ବକ୍ସରୁ କଲରା ଭଜା ଓ ବାଇଗଣ ଭର୍ତ୍ତା ଖାଇବାକୁ ଦେଇଥିଲେ । ଏହି ଫଟୋକୁ କିଏ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ  ।  ଏହି ଫଟୋ ଭାଇରାଲ ହେବା ପରେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ନକରି ବିଇଓଙ୍କୁ ନିଲମ୍ବନ କରାଯାଇଛି । ତେଣୁ ଏହାର ପୁନଃବିଚାର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି OESA । ଅନ୍ୟପଟେ କେବଳ ନାଟବାଜି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସଚିବମାନଙ୍କ ଛବି ସୁଧାରିବାକୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିୟମ ଭିତରେ ରହି ସିଷ୍ଟମକୁ ଲୋକଙ୍କ ହିତରେ ଲଗାଇବା ପରିବର୍ତ୍ତେ ନିଜର ପ୍ରଚାର ପ୍ରସାର ପାଇଁ 5-ଟିର ବ୍ୟବହାର କରାଯାଉଥିବା କରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଦିନକୁ ଦିନ ‘ମୋ ସରକାର’ର 5-ଟି କାର୍ଯ୍ୟକ୍ରମ ପ୍ରତି ବିରୋଧାଭାସ ବଢ଼ିବାରେ ଲାଗିଛି ।

Related Posts