IASଙ୍କ ମୁଖା ଖୋଲିଲେ ପୂର୍ବତନ IAS

5-Tକୁ ନେଇ ରାଜ୍ୟ ସରକାରଙ୍କ ମୁଖା ଖୋଲିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । IAS ଅଫିସରଙ୍କ କାର୍ଯ୍ୟ ଶୈଳୀକୁ ପୂର୍ବତନ IAS ଅଫିସରଙ୍କ ସମାଲୋଚନା ।  ଜଣେ ଭଲ IAS ଅଫିସର ଭାବେ ଅପରାଜିତାଙ୍କର ବେଶ ସୁନାମ ରହିଛି । ସେ ଭଲ ଭାବେ ଜାଣିଛନ୍ତି IAS ଅଫିସରଙ୍କ ଦାୟିତ୍ବ କ’ଣ ।  ହସ୍ପିଟାଲ, ସ୍କୁଲ କାମ ତଦାରଖ ଅଫିସରଙ୍କ ଦାୟିତ୍ବ । ଏଥିରେ କୌଣସି ବଡ଼ କଥା ନାହିଁ । ଯଦି ଅଫିସରମାନେ 5-ଟିକୁ ନେଇ ଏତେ ସଚେତନ । ଲୋକଙ୍କ ନିକଟରେ ସେବା ପହଞ୍ଚେଇବା ପାଇଁ ଏବେ ବ୍ୟଗ୍ର ତେବେ ରାଜଧାନୀର ଛାତି ଉପରେ ଥିବା କ୍ୟାପିଟାଲ ହସ୍ପିଟାଲରେ ଗର୍ଭବତୀଙ୍କୁ ଶଯ୍ୟା ମିଳିଲା ନି କାହିଁକି । ତାଙ୍କୁ ହସ୍ପିଟାଲ ବାରଣ୍ଡାରେ ପ୍ରସବ କରିବାକୁ ଦିଆଗଲା କାହିଁକି । ସ୍ମାର୍ଟ ସିଟିର କ୍ୟାପିଟାଲ ହସ୍ପିଟାଲରେ ଏଭଳି ଘଟଣା ଘଟିବା ଦୁଃଖଦାୟକ ବୋଲି କହିଛନ୍ତି ଅପରାଜିତା ।

ଅପରାଜିତାଙ୍କ ପ୍ରଶ୍ନ

୨୦ ବର୍ଷ ପରେ କାହିଁକି ସରକାରଙ୍କର 5-T କଥା ମନେପଡ଼ିଲା ?

ଆଜି ଯାଏ କ’ଣ କରୁଥିଲେ ସରକାର ?

 5-T ହାୱା ମାସେ, ଦୁଇ ମାସରେ ଥଣ୍ଡା ହୋଇଯିବନି ତ ?

ଏଭଳି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

Related Posts