ଅପରାଜିତାଙ୍କ ହାତରେ ଥିଲା କେନ୍ଦ୍ର ମନ୍ତ୍ରୀମଣ୍ଡଳର ଚିଠା !

ସତ୍ୟପାଠ ବ୍ୟୁରୋ : ବିଜେପିର ଦୁଇ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ସଭା ପରଠାରୁ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ଆଉ ଏହାକୁ ବେଶୀ ଖୋରାକ ଯୋଗାଇଛି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ଭାଷଣ । ଭାଷଣରେ ପ୍ରତାପ କହୁଥିଲେ ଅପରାଜିତା ଷଢ଼ଙ୍ଗୀ ତାଙ୍କୁ ଫୋନ କରି ପଚାରୁଥିଲେ ମନ୍ତ୍ରୀ ହେବା ପାଇଁ ଫୋନ କଲ ପାଇଲେଣି କି ନାହିଁ ।

ତେବେ ପ୍ରତାପଙ୍କ ଏହି ଭାଷଣ ପରେ ଅଧିକାଂଶ ଲୋକଙ୍କ ପ୍ରତିକ୍ରିୟା ହେଲା ଯେହେତୁ ଅପରାଜିତା ମନ୍ତ୍ରୀ ହେବାକୁ ଚାହୁଁଥିଲେ ତେଣୁ ସେ ଜାଣିବାକୁ ଚାହିଁଥିବେ ତାଙ୍କ ପାଖକୁ ଫୋନ ନ ଆସି ଆଉ କାହା ପାଖକୁ ଚାଲିଗଲା କି ? ଏମିତିରେ ପ୍ରତାପଙ୍କ ନାଁ ବି ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଥିଲା, ତେଣୁ ଅପରାଜିତା ଜାଣିବାକୁ ଚାହିଁଥିବେ ପ୍ରତାପଙ୍କୁ ଫୋନ କଲ ଆସିଲାଣି କି ନାହିଁ ।

ଅବଶ୍ୟ ଏଠାରେ ଦୁଇଟା କଥା ଆସୁଛି । କିଛି ଜଣଙ୍କ କହିବା କଥା ହେଲା, ହୁଏତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅପରାଜିତାଙ୍କ ଏକଦମ ଘନିଷ୍ଠ ସମ୍ପର୍କ । ତେଣୁ ତାଙ୍କୁ ଜଣାଥିଲା ଓଡିଶାର ମନ୍ତ୍ରୀ ତାଲିକା । ମାନେ କେଉଁମାନଙ୍କୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳୁଛି ସେ କଥା ଜାଣିଥିଲେ ଅପରାଜିତା ।

ତେବେ ସମ୍ପର୍କ ଯେତେ ବି ଘନିଷ୍ଠତା ଥାଉ, ମୋଦି ଓ ଶାହାଙ୍କ ପକ୍ଷରୁ ମନ୍ତ୍ରୀମଣ୍ଡଳ ଚିଠା ଯେ ଲିକ୍ ହେବ ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ତେଣୁ ଚର୍ଚ୍ଚା ହେଉଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କେହି ବରିଷ୍ଠ ଆଇଏଏସ ଅଧିକାରୀ ବା ଏହି ଚିଠା ପ୍ରସ୍ତୁତିରେ ସାମିଲ ଥିବା କେହି ବ୍ୟୁରୋକ୍ରାଟ୍ ଅପରାଜିତାଙ୍କୁ ଓଡିଶାରୁ କାହାକୁ ମନ୍ତ୍ରୀପଦ ମିଳୁଛି ତାହା କହିଥିଲେ । ଯେଉଁଥିରେ କେବଳ ପ୍ରତାପ ଷଢ଼ଙ୍ଗୀଙ୍କୁ ମନ୍ତ୍ରୀପଦ ମିଳୁଥିବା ଖବର ଦିଆଯାଇଥିବ । ତେଣୁ ଏ ଖବର ପକ୍କା କି ନୁହେଁ ତାହାକୁ ପରଖିବା ପାଇଁ ସେ ପ୍ରତାପଙ୍କୁ ଫୋନ ଲଗାଇ ଥାଇ ପାରନ୍ତି ।

ତେବେ ସେ ଯାହା ବି ହେଉ ବିଜେପିର ଓଡିଶା ଶାଖାରେ କିଛି ନେତା ଅଥାତ୍ ଧର୍ମେନ୍ଦ୍ର ପ୍ରଧାନ , ବୈଜୟନ୍ତ ପଣ୍ଡା ଓ ପ୍ରତାପ ଷଢ଼ଙ୍କୀଙ୍କୁ ମଧ୍ୟରେ ନେତୃତ୍ୱ ନେବାକୁ ନେଇ ଯେଉଁ ଶୀତ ଯୁଦ୍ଧ ଚାଲିଥିବା ଚର୍ଚ୍ଚା ହୁଏ, ସେମାନଙ୍କ ପାଇଁ ଏହା ଟିକେ ମୁଣ୍ଡବିନ୍ଧାର ଖବର ହୋଇପାରେ ।

Related Posts