ବିବାଦୀୟ BHU ସଂସ୍କୃତ ପ୍ରଫେସର ଡ.ଫିରୋଜ ଖାଁଙ୍କ ପିତାଙ୍କୁ ପଦ୍ମଶ୍ରୀ

(ସତ୍ୟପାଠ ବ୍ୟୁରୋ) ନୂଆ ଦିଲ୍ଲୀ:- କିଛିଦିନ ପୂର୍ବେ ବନାରସ୍ ହିନ୍ଦୁ ବିଶ୍ବବିଦ୍ୟାଳୟରେ (BHU) ସଂସ୍କୃତ ପ୍ରଫେସର ନିଯୁକ୍ତି ପାଇଥିବା ଡ.ଫିରୋଜ ଖାଁଙ୍କ ପିତା ରମଜାନ ଖାଁ ମର୍ଯ୍ୟଦାଜନକ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

୭୧ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗତକାଲି କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଥିବା ୧୧୮ ଜଣ ପଦ୍ମଶ୍ରୀଙ୍କ ମଧ୍ୟରୁ ରମଜାନ ହେଉଛନ୍ତି ଅନ୍ୟତମ । ସଂସ୍କୃତ ସାହିତ୍ୟରେ ପାରଦର୍ଶିତା ସହ ଭଜନ ଜଣାଣ ଗାଉଥିବା ରମଜାନ ଶାସ୍ତ୍ରୀୟ ସଙ୍ଗୀତରେ ପ୍ରଚଣ୍ଡ ଦକ୍ଷତା ପାଇଁ ଏହି ପୁରସ୍କାର ପାଇଛନ୍ତି ।

ସୂଚନାଯୋଗ୍ୟ ରମଜାନ ଖାଁଙ୍କ ପୁତ୍ର ଫିରୋଜଙ୍କ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ସଂସ୍କୃତ ପ୍ରଫେସର ଭାବରେ ନିଯୁକ୍ତିକୁ ନେଇ କିଛିଦିନ ତଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ନିଯୁକ୍ତିକୁ ବିରୋଧକରି ବିଶ୍ବବିଦ୍ୟାଳୟରେ ହିଂସା ଦେଖିବାକୁ ମିଳିଥିଲା । ଷେଷରେ ଫିରୋଜ ନିଜ ପଦରୁ ଇସ୍ତଫା ଦେଇଥିଲେ ଯାହାକୁ ନେଇ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠିଥିଲା । ଏଭଳି ସମୟରେ ସାମ୍ପ୍ରଦାୟିକତା ବଳୟରେ ଶିକ୍ଷା ବ୍ୟବସ୍ଥା ବିଗିଡି ଯାଉଥିବାର ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ଦେଖିଲେ ଫିରୋଜଙ୍କ ପିତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା ଘଟଣାରେ ଏକ ନୂଆ ମୋଡ ଆଣିଦେଇଛି । ଗଣମାଧ୍ୟମରୁ ସର୍ବଦା ନିଜକୁ ଦୁରେଇ ରଖୁଥିବା ଫିରୋଜ ପିତାଙ୍କ ଏଭଳି ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି ।

Related Posts