ଆପଲ୍‌କୁ ପଛରେ ପକାଇଲା ବିଶିଷ୍ଟ ତୈଳ କମ୍ପାନୀ ଅରାମକୋ: ହେଲା ବିଶ୍ଵର ସବୁଠୁ ମୂଲ୍ୟବାନ କମ୍ପାନୀ

ନୂଆଦିଲ୍ଲୀ: ଆପଲ୍‌କୁ ପଛରେ ପକାଇ ସବୁଠାରୁ ମୂଲ୍ୟବାନ କମ୍ପାନୀର ପ୍ରଥମ ସ୍ଥାନ ଅଧିକାର କଲା ସାଉଦି ଆରବ ମାଲିକାନା ବିଶିଷ୍ଟ ତୈଳ କମ୍ପାନୀ ଅରାମକୋ । ଏହା ପୂର୍ବରୁ ଆପଲ୍ ବିଶ୍ବର ସବୁଠୁ ମୂଲ୍ୟବାନ କମ୍ପାନୀ ଭାବରେ ଜଣାଶୁଣା ଥିଲା । କିନ୍ତୁ ସାଉଦି ଅରାମକୋ ଆପଲ୍‌ଠାରୁ ଏହି ଟାଇଟଲ୍ ଛଡାଇ ନେଇଛି ।

ଦୀର୍ଘ ଦିନ ଧରି ବିଶ୍ବରେ ତୈଳ ଦରରେ ବୃଦ୍ଧି ଯୋଗୁଁ ତୈଳ କ୍ଷେତ୍ରର ସେୟାର ବୃଦ୍ଧି ଏବଂ ବୈଷୟିକ ଶିଳ୍ପର ସେୟାର ହ୍ରାସ ଯୋଗୁଁ ଏଭଳି ହୋଇଛି । ଏହାର ଫାଇଦା ସାଉଦି ତୈଳ କମ୍ପାନୀ ଅରାମକୋକୁ ମିଳିଛି ଯିଏକି ଅତି ସହଜରେ ପ୍ରଥମ ସ୍ଥାନ ଅଧିକାର କଲା ।

ଉଲ୍ଲେଖଯୋଗ୍ୟ ଯେ, ସାଉଦି ଆରବର ସରକାରୀ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ କମ୍ପାନୀ ଅରାମକୋ ବିଶ୍ବର ସର୍ବବୃହତ ତୈଳ ଉତ୍ପାଦନକାରୀ କମ୍ପାନୀ ଭାବରେ ଗଣାଯାଏ । କିନ୍ତୁ ଏପର୍ଯ୍ୟନ୍ତ ସବୁଠୁ ମୂଲ୍ୟବାନ କମ୍ପାନୀ ହେବାର ଟାଇଟଲ ତା ନିକଟରେ ନଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ବୁଧବାର ସେୟାର ମାର୍କେଟ୍ ବନ୍ଦ ହେବା ପରେ ସାଉଦି ଅରାମକୋର ବଜାର ମୂଲ୍ୟ ୨.୪୨୬ ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ବେଳେ ଆପଲ୍‌ର ସେୟାର ମୂଲ୍ୟ ହ୍ରାସ ଯୋଗୁଁ ୨.୪୧୫ ଟ୍ରିଲିୟନ ଡଲାରରେ ରହିଯାଇଥିଲା।

Related Posts