ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ଅର୍ଚ୍ଚନା ନାଗ କଳାଟଙ୍କା ମାମଲାରେ ଜାରି ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତନାଘନା । ଏହି କ୍ରମରେ ଆଜି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଝାରପଡା ଜେଲରେ ଜେରା କରିବ ଇଡି ଟିମ୍ । ଖଗେଶ୍ୱରର ୪ଟି ମୋବାଇଲରୁ ଅନେକ ତଥ୍ୟ ମିଳିଛି। ସେ ନେଇ ପଚରା ଉଚୁରା ହେବ। ତାଙ୍କର ମଧ୍ୟ ଚୂଡ଼ାନ୍ତ ବୟାନ ରେକର୍ଡ କରିବ ଇଡି। ସେପଟେ ଗତକାଲି ଝାରପଡ଼ା ଜେଲରେ ଅର୍ଚ୍ଚନା ନାଗଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ତାଙ୍କ ମୋବାଇଲ, ଲାପଟପ୍ ଓ ଅନ୍ୟ ସାମଗ୍ରିର ସାଇଣ୍ଟିଫିକ ରିପୋର୍ଟରୁ ମିଳିଥିବା ତଥ୍ୟ ଆଧାରରେ ଅର୍ଚ୍ଚନାଙ୍କୁ ପଚରା ଉଚୁରା କରାଯାଇଥିଲା। ଜେଲରେ ଅର୍ଚ୍ଚନାଙ୍କ ଚୂଡ଼ାନ୍ତ ବୟାନ ରେକର୍ଡ କରିଛି ଇଡି। ସେହି ଆଧାରରେ ୯ତାରିଖ ସୁଦ୍ଧା ପ୍ରିଲିମିନାରୀ ଚାର୍ଜ ସିଟ ଦାଖଲ କରିବ ଇଡି।