ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱରକୁ ୧୦ ଦିନ ରିମାଣ୍ଡରରେ ନେଇଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱରକୁ ଇଡି ୧୫ ଦିନିଆ ରିମାଣ୍ଡରେ ନେବା ପାଇଁ ଇଡି ଆଜି ଆବେଦନ କରିଥିଲା । ତେବେ ଜିଲ୍ଲା ଦୌରାଜଜ ୧୦ ଦିନ ରିମାଣ୍ଡର ପାଇଁ ଅନୁମତି ଦେଇଛନ୍ତି । ଅର୍ଚ୍ଚନା ନାଗ ମାମଲାରେ ଅନେକ ବଡ଼ ରାଜନେତାଙ୍କ ନାଁ ସାମ୍ନାକୁ ଆସୁଥିବା ବେଳେ ରିମାଣ୍ଡ ଅବଧୀ ମଧ୍ୟରେ ଇଡି ହାତରେ କିଛି ବଡ଼ ସୁରାକ ଲାଗି ପାରେ ବୋଲି ଆକଳନ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ସଂପର୍କିତ ଅର୍ଥନୈତିକ କାରବାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତନାଘନା ଜାରି ରଖିଥିବା ବେଳେ, ଗତକାଲି ଇଡି ପକ୍ଷରୁ ଅର୍ଚ୍ଚନା ଓ ତାର ସହଯୋଗୀଙ୍କ ୬ଟି ଠିକଣାରେ ଇଡି ଏକସଙ୍ଗେ ଚଢାଉ କରିଥିଲା। ଏହି ସ୍ଥାନ ମାନଙ୍କକରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରର ଠିକଣା ମଧ୍ୟ ରହିଥିଲା। ଚଢାଉ ପରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଉଠାଇନେଇଥିଲା ଇଡି ।ଖଗେଶ୍ବରଙ୍କ ଗାଁ ବାଲିପାଟଣାରୁ ତାଙ୍କୁ ଇ.ଡି. ଉଠାଇନେଇଥିଲା। ତେବେ ଖଗେଶ୍ୱର କୁ ଆଣିବା ପରେ ତାକୁ ଏଇ ମାମଲାରେ ଗତ ରାତିରୁ ପଚରା ଉଚରା ଜାରି ରହିଥିଲା। ତେବେ ଦୀର୍ଘ ଘଣ୍ଟାର ପଚରାଉଚରା ପରେ ଆଜି ସକାଳୁ ଖଗେଶ୍ୱରକୁ ଇଡି ଗିରଫ କରିଥିଲା।
