ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରକାଶ ପାଇଲା ଓଜେଏସ-୨୦୨୧ ପରୀକ୍ଷା ଫଳ । ଏହି ପରୀକ୍ଷାରେ ମୋଟ ୫୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ଓଜେଏସ-୨୦୨୧ରେ ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଏଥିରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି । ସେହିପରି ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ଟପ୍ପର ଓ ବିଭୁପ୍ରସାଦ ନାୟକ ଚତୁର୍ଥ ଟପ୍ପର ହୋଇଛନ୍ତି ।
ପୁଅଙ୍କୁ ପଛରେ ପକାଇ ଟପ୍-୩ରେ ରହିଛନ୍ତି ଝିଅ । ସେହିଭଳି କୃତକାର୍ଯ୍ୟ ହୋଇଥିବା ମୋଟ ୫୦ ଜଣଙ୍କ ମଧ୍ୟରୁ ୨୮ ଜଣ ଝିଅ ଥିବା ସୂଚନା ମିଳିଛି ।ଓଜେଏସ-୨୦୨୧ରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ସିଭିଲ ଜଜ୍ ପଦବୀରେ ନିଯୁକ୍ତି ଦିଆଯିବ ।
