ବିଜେପି ଛାଡ଼ି ପୁଣିଥରେ ଟିଏମସିରେ ମିଶିବେ ଅର୍ଜୁନ ସିଂହ !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ଛାଡ଼ି ପୁଣିଥରେ ଟିଏମସିରେ ମିଶିବେ ଅର୍ଜୁନ ସିଂହ ! ତେବେ ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂଙ୍କ ବିଜେପି ହାତ ଛାଡ଼ି ପୁଣି ଥରେ ଟିଏମସି ହାତ ଧରିବେ ବୋଲି ଚର୍ଚ୍ଚା ହେଉଛି। ସେପଟେ ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି ଯେ, ସଂଗଠନରେ ଜଣେ ବରିଷ୍ଠ ପଦବୀ ପାଇ ମଧ୍ୟ ତାଙ୍କୁ ଠିକ୍ ଭାବରେ କାମ କରିବାକୁ ଅନୁମତି ଦିଆଯାଉନାହିଁ। ଏଥିସହ ସେ ରାଜ୍ୟରେ ବିଜେପି ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଏଭଳି ସ୍ଥିତିରେ ସେ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗଦେବା ସମ୍ଭାବନା ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏମଧ୍ୟରେ ଆଜି ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଭେଟିଛନ୍ତି ଅର୍ଜୁନ ସିଂହ।ଟିଏମସିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟରୁ ସିଂହଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଛି ଏବଂ ତାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି।

Related Posts