ସିଙ୍ଗାପୁରରେ ପହଞ୍ଚି ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟବାୟା ରାଜପକ୍ଷେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ମାଲଦ୍ୱୀପ ରୁ ଏକ ଘରୋଇ ବିମାନରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସିଙ୍ଗାପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଗୋଟବାୟା। ସେ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ମହିନ୍ଦା ୟାପାଙ୍କ ନିକଟକୁ ଇମେଲ ମାଧ୍ୟମରେ ପଠାଇଥିବା ସୂଚନା ମିଳିଛି। ଖବରଅନୁସାରେ ଆଜି ଶ୍ରୀଲଙ୍କାର ବାଚସ୍ପତି ମହିନ୍ଦା ୟାପା ଗୋଟାବାୟା ରାଜପକ୍ଷେଙ୍କୁ ସୂଚନା ଦେଇଥିଲେ ଯେ, ଯଥାଶୀଘ୍ର ସମ୍ଭବ ସେ ନିଜ ପଦରୁ ଇସ୍ତଫା ପ୍ରଦାନ କରନ୍ତୁ ନଚେତ ତାଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ସେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ।

ଅପରପକ୍ଷରେ ଗୋଟାବାୟା ସିଙ୍ଗାପୁରରେ ପହଞ୍ଚିବାପରେ ଆଉ ଏକ ଖବର ସାମ୍ନାକୁ ଆସିଛି। ତାଙ୍କ ଗସ୍ତକୁ ନେଇ ବର୍ତ୍ତମାନ ସିଙ୍ଗାପୁର ପକ୍ଷରୁ ଏକ ବଡ ପ୍ରତିକ୍ରିୟା ଦିଆଯାଇଛି। ସିଙ୍ଗାପୁର ଏକ ବିବୃତି ଜାରି କରି କହିଛି ଯେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ବ୍ୟକ୍ତିଗତ ଗସ୍ତରେ ସିଙ୍ଗାପୁରରେ ପହଞ୍ଚିଛନ୍ତି ଏବଂ ତାଙ୍କୁ ସିଙ୍ଗାପୁରରେ ଆଶ୍ରୟ ଦିଆଯାଇନାହିଁ। ସିଙ୍ଗାପୁର ରୁ ଗୋଟାବାୟା ସାଉଦି ଆରବ ଯିବାନେଇ ସୂଚନା ମିଳିଛି।

Related Posts