କଲେକ୍ଟର ବନା ଗୁଣ୍ଡା, ବିଚ୍ ରାସ୍ତାରେ ନିରୀହ ଲୋକକୁ ପିଟିଲେ: ସିଏମ୍ ଓ ଆଇଏଏସ ସଂଘର ନିନ୍ଦା

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ସଂକ୍ରମଣ ବଢୁଥିବାରୁ କିଛି ରାଜ୍ୟ ମାନଙ୍କରେ ଲକଡ଼ାଉନ ଘୋଷଣା କରାଯାଇଛି । ତେବେ ଛତିଶଗଡର ସୁରଜପୁରର ଜିଲ୍ଲା ଠାରେ ଜଣେ ଲକଡାଉନ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତି ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସାଧାରଣତଃ
ଲକଡ଼ାଉନ ନିୟମ ଉଲ୍ଲଂଘନ କଲେ ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଥାଏ । କିନ୍ତୁ ଛତିଶଗଡ ଜିଲ୍ଲାରେ ଏପରି କିଛି ଘଟଣା ଘଟିନଥିଲା । ଜଣେ ନିୟମ ଉଲ୍ଲଂଘନକାରି ବ୍ୟକ୍ତିଙ୍କୁ କଲେକ୍ଟର ରଣବୀର ଶର୍ମା ଆକ୍ରମଣ କରିଥିଲେ । କେବଳ ଏତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ପାଇଁ ପୁଲିସକୁ ନିର୍ଦେଶ ଦେଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇ ରାଲ୍ ହେବାରେ ଲାଗିଛି ।

ତେବେ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତି ଜଣ ହେଉଛନ୍ତି ଅମାନ ମିତ୍ତଲ । ସେ କୋଭିଡରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ଜେଜେମା’ଙ୍କୁ ଦେଖା କରିବା ପରେ ଫେରୁଥିଲେ । ଏହି ସମୟରେ କଲେକ୍ଟର କିଛି ନଶୁଣି ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଲାଗିଥିଲେ । ଶେଷରେ କଲେକ୍ଟର ଜଣଙ୍କ ତାଙ୍କ ଫୋନକୁ ରାସ୍ତାରେ କଚାଡି ଭାଙ୍ଗି ଦେଇଥିଲେ । ଅନ୍ୟପଟେ କଲେକ୍ଟର ଜଣଙ୍କ ଏହାର ଜବାବରେ ଠିକ୍ ଏହାର ଓଲଟା କହିଥିଲେ । ତାଙ୍କ କହିବା ଅନୁଯାୟୀ, ଅମାନ ମିତ୍ତଲ ଏକ ସ୍ପୋର୍ଟସ ବାଇକ୍ ଚଳାଉଥିଲେ ଏବଂ ଲକଡ଼ାଉନ ସ୍ୱତ୍ତେ ରାସ୍ତାରେ ଯାଉଥିଲେ । ଏହାପରେ ତାଙ୍କୁ ଏପରି ରାସ୍ତାରେ ବୁଲିବାର କାରଣ ପଚାରିଲି । ଏହାର ଉତ୍ତରରେ ଅମାନ ଦୁଇଟି ଭିନ୍ନ ବିବୃତ୍ତି ଦେଇଥିଲା । ପ୍ରଥମେ କହିଲେ ସେ ଟୀକାକରଣ ପାଇଁ ଯାଇଛନ୍ତି ଏବଂ ପରେ ତାଙ୍କ ଜେଜେମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସେ କହିଥିଲେ । ସାରା ଦେଶରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ଅନେକ ବ୍ୟକ୍ତି ତୀବ୍ର ନିନ୍ଦା କରିଛନ୍ତି । ଜଣେ ସରକାରୀ ଅଧିକାରୀଙ୍କ ସାଧାରଣ ଲୋକଙ୍କ ପ୍ରତି ଏପରି ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ । ବାସ୍ତବରେ ତାଙ୍କୁ ଏପରି କରିବାର ଅଧିକାର ଦେଲା କିଏ? ଭାରତୀୟ ପ୍ରଶାସନିକ ସେବା ସଂଘ ଦ୍ୱାରା ମଧ୍ୟ ଶର୍ମାଙ୍କ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା।

ଅନ୍ୟପଟେ ଏହି ଘଟଣାକୁ ବରଦାସ୍ତ କରିପାରିନାହାନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ । ମୁଖ୍ୟମନ୍ତ୍ରୀ ଘଟଣାରେ ସମ୍ପୃକ୍ତ ଥିବା କଲେକ୍ଟରଙ୍କୁ ହଟାଇ ଦେଇଛନ୍ତି । ଏବଂ ତାଙ୍କ ସ୍ଥାନରେ ସୁରଜପୁର ନୂଆ କଲେକ୍ଟର ଭାବେ ଗୌରବ କୁମାର ସିଂହକୁ ନିଯୁକ୍ତ କରିଛନ୍ତି । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାର ପ୍ରତି ଦୁଃଖ ପ୍ରକାଶ କରିଛନ୍ତି। ଏବଂ ରାଜ୍ୟରେ ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ।

ସବୁଠାରୁ ରୋଚକ କଥାଟି ହେଉଛି ସଂପୃକ୍ତ କଲେକ୍ଟର ଜଣଙ୍କ ଘଟଣା ଭାଇରାଲ ହେବା ପରେ ମୁହଁ ଖୋଲିଥିଲେ । ସେ ନିଜର ଏପରି ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ଏବଂ ଭିଡିଓରେ ଥିବା ବ୍ୟକ୍ତିଙ୍କୁ ଅସମ୍ମାନ କରିବା କିମ୍ବା ଅପମାନିତ କରିବା ମୋର ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି କହିଥିଲେ ।

Related Posts