ନୂଆଦିଲ୍ଲୀ: ଫିଲ୍ମ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରିୟନ୍ ଖାନଙ୍କ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବେଳେ, କିନ୍ତୁ ଏବେ ତାକୁ କ୍ଲିନ୍ ଚୀଟ ମିଳିଛି । ତେବେ ଏବେ ଏହି ମାମଲା ଏକ ଭିନ୍ନ ମୋଡ ନେଇଛି । ଏନସିବି ରିପୋର୍ଟରେ ବଡ ସାଂଘତିକ ତଥ୍ୟ ସାମନାକୁ ଆସିଛି ।
ତଦନ୍ତରେ ଅନେକ ତ୍ରୁଟି ଥିବା ଏନସିବିର ରିପୋର୍ଟରେ କୁହାଯାଇଛି । ଏହାସହ ତଦନ୍ତରେ ସାମିଲ ଅଧିକାରୀଙ୍କ ସନ୍ଦିଗ୍ଧ ଭୂମିକା ଥିବା ଆଶଙ୍କା କରାଯାଇଛି । ମାମଲାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଏନସିବି ୨୦୨୧ ମସିହାରେ କ୍ରୁଜ ରେଭ ପାର୍ଟିରୁ ଆରିୟନ ଖାନଙ୍କୁ ଗିରଫ କରିଥିଲା । ଏହାପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା । ପରେ ଏନସିବି ମଧ୍ୟ ଆରିୟନ ଖାନଙ୍କୁ କ୍ଲିନ ଚିଟ୍ ଦେଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ସମୀର ୱାନଖଡେ ଏନସିବିର ମୁମ୍ୱାଇ ନିର୍ଦ୍ଦେଶକ ଥିବା ସମୟରେ ଆରିୟନ ଖାନଙ୍କୁ କ୍ଲିନ ଚିଟ୍ ଦିଆଯାଇଥିଲା ।
ଏହି ତଦନ୍ତ ରିପୋର୍ଟ ଏନସିବିର ସ୍ପେଶାଲ ଟିମ ଦ୍ୱାରା ପ୍ରସ୍ତୁତ କରାଯାଇଛି । ରିପୋର୍ଟକୁ ଦିଲ୍ଲୀ ଅଫିସ ପଠାଯାଇଛି । ସାତରୁ ଆଠ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
