ଆର୍ୟନ ଖାନ ଡ୍ରଗ୍ସ ମାମଲା; ଚାର୍ଜସିଟ ଦାଖଲ କରିବା ପାଇଁ ଏସଆଇଟିକୁ ମିଳିଲା ୬୦ ଦିନର ଅତିରିକ୍ତ ସମୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏସଆଇଟିକୁ ଚାର୍ଜସିଟ ଦାଖଲ କରିବା ପାଇଁ ଅତିରିକ୍ତ ୬୦ ଦିନର ସମୟ ଦେଇଛନ୍ତି ଏନଡିପିଏସ କୋର୍ଟ । ସେପଟେ ମାମଲାରେ ଚାର୍ଜସିଟ୍ ଦାଖଲ କରିବା ପାଇଁ କୋର୍ଟଙ୍କ ନିକଟରେ ଅତିରିକ୍ତ ୯୦ ଦିନର ସମୟ ମାଗିଥିଲା ଏସଆଇଟି । ତେବେ କୋର୍ଟ ଏସଆଇଟିକୁ ଅତିରିକ୍ତ ୬୦ ଦିନ ପ୍ରଦାନ କରିଛନ୍ତି । ମାମଲାରେ ଏବେ ବି ଅନ୍ୟ ୧୫ ସନ୍ଦିଗ୍ଧଙ୍କୁ ଜେରା କରିବା ବାକି ଥିବା ଏସଆଇଟି ଏନଡିପିଏସ କୋର୍ଟଙ୍କୁ ଜଣାଇଥିଲା। ଏହାସହ ମାମଲାର ନିରପେକ୍ଷ ତଦନ୍ତ ପାଇଁ ଅଧିକ ସମୟର ଆବଶ୍ୟକ୍ୟତା ଥିବା ଟିମ କହିଥିଲା ।

କୋର୍ଟରେ ଚାର୍ଜସିଟ୍ ଦାଖଲରେ ବିଳମ୍ୱର ଅନ୍ୟ କାରଣ ମଧ୍ୟ କହିଛି ଏସଆଇଟି । ଏଥିରେ କରୋନା କଟକଣା, ଦେଶର ଭିନ୍ନ ଭିନ୍ନ ସ୍ଥାନରେ ମାମଲାରେ ଜଡିତ ୨୦ ଜଣଙ୍କ ରହିବା, ବିଦେଶୀ ନାଗରିକଙ୍କ ଯାଞ୍ଚ, ଟଙ୍କା ନେଣଦେଣର ତଦନ୍ତ ସହ ଡ୍ରଗ୍ସ ଲିଙ୍କର ତଦନ୍ତ ସାମିଲ ରହିଛି। ଏସଆଇଟି ପକ୍ଷରୁ କୁହାଯାଇଛି, କିଛି ଅଭିଯୁକ୍ତ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ବିଦେଶ ନାଗରିକଙ୍କ ସହ ଅପରାଧୀକ ଚାର୍ଟ ମଧ୍ୟ ସାମ୍ନାକୁ ଆସିଛି । ଏହି ଚାର୍ଟ ଗୁଡିକର ମଧ୍ୟ ତଦନ୍ତ ଜାରି ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts