ଇଣ୍ଟରନେସନାଲ ଡ୍ରଗସ୍ ରାକେଟ ସହ ଆର୍ୟାନ୍ ଖାନ ର କୌଣସି ସମ୍ପର୍କ ନାହିଁ – ଏନସିବି

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନ୍ ଙ୍କୁ ଆଶ୍ୱସ୍ତି । ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ଆର୍ୟାନଙ୍କୁ ଖୁବଶୀଘ୍ର ମିଳିବ କ୍ଲିନଚିଟ୍ । କାରଣ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସ୍ୱତନ୍ତ୍ର ଟିମ୍ ଏସଆଇଟି ଆର୍ୟାନ ଖାନଙ୍କ ବିରୋଧରେ କୌଣସି ସନ୍ଦେହଜନକ ପ୍ରମାଣ ପାଇନାହିଁ । ତାଙ୍କ ବିରୋଧରେ ଏମିତି କୌଣସି ପ୍ରମାଣ ମିଳିନଥିବା ସୂଚନା ଦେଇଛନ୍ତି। ଯାହାଦ୍ବାରା ଏହା ପ୍ରମାଣ ହୋଇପାରିବ କି ସେ ଏକ ବଡ଼ ଷଡଯନ୍ତ୍ର କିମ୍ବା ଏକ ଆନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର ଅଂଶ ଥିଲେ ।

ବାସ୍ତବରେ, ଏନସିବି ମୁମ୍ବାଇ ୟୁନିଟ୍‌ର ଅଭିଯୋଗ ବିପରୀତ SIT (ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍) ଏହାର ଅନୁସନ୍ଧାନର କିଛି ଫଳାଫଳକୁ HT ସହିତ ସେୟାର କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ଆର୍ଯ୍ୟନ୍ ଖାନଙ୍କ ପାଖରେ କୌଣସି ଡ୍ରଗ୍ସ ନଥିଲା।

ଅନୁସନ୍ଧାନକାରୀ ଟିମ କହିଛନ୍ତି ଯେ, ଆର୍ୟାନ ଖାନଙ୍କ ଚାଟ୍ରୁ ଏହା ଜଣାପଡୁନାହିଁ କି ସେ କୌଣସି ଆନ୍ତର୍ଜାତୀୟ ସିଣ୍ଡିକେଟ୍ ର ଅଂଶ ଥିଲେ ବୋଲି। ଏହା ବ୍ୟତୀତ କ୍ରୁଜରେ ରେଡ ସମୟରେ ଅନିୟମିତତା କରାଯାଇଥିଲା। ରେଡ ସମୟରେ କୌଣସି ଭିଡିଓ ରେକର୍ଡିଂ କରାଯାଇ ନଥିଲା ଯେମିତି କି ଏନସିବି ମାନୁଆଲ ଦ୍ବାରା ଅନିବାର୍ଯ୍ୟ କରାଯାଇଥିଲା। ଏହି ଘଟଣାର ଏସଆଇଟିର ଅନୁସନ୍ଧାନ ତଥା ଏଜେନ୍ସିର ମୁମ୍ବାଇ ଆଞ୍ଚଳିକ ୟୁନିଟର ପୂର୍ବତନ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠଥିଲା। ୱାଙ୍ଖଡେଙ୍କୁ ତାଙ୍କ ମୂଳ କ୍ୟାଡରକୁ ପଠାଇ ଦିଆଯିବା ସହ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଉଭୟ SIT ଏବଂ ଏଜେନ୍ସିର ଭିଜିଲାନ୍ସ ଟିମ ତାଙ୍କୁ ଅନେକ ଥର ପଚରାଉଚରା କରିଛନ୍ତି।

ତଥାପି ସବୁ ଜିନିଷକୁ ସଂପୂର୍ଣ୍ଣ କରିବା ପାଇଁ SIT କରିଥିବା ଯାଞ୍ଚ ଏବଂ ଏନସିବିର ମହାନିର୍ଦେଶକ ଏସ.ଏନ୍ ପ୍ରଧାନଙ୍କୁ ତାଙ୍କର ଅନ୍ତିମ ରିପୋର୍ଟ ଦାଖଲ କରିବାକୁ କିଛି ମାସ ଲାଗିପାରେ । ଅନ୍ତିମ ନିଷ୍ପତ୍ତି ପୂର୍ବରୁ ଏକ ଆଇନଗତ ମତାମତ ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପଟେ, ଏସଆଇଟି ମୁଖ୍ୟ ତଥା ଏନସିବି ଡିଡିଜି ସଞ୍ଜୟ ସିଂ କହିଛନ୍ତି ଯେ ଆର୍ଯ୍ୟନ ଖାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି କହିବା ଏତେ ଶୀଘ୍ର ଠିକହେବ ନାହିଁ।

Related Posts