ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ନିକଟରୁ ୫୧ ଗ୍ରାମର ବ୍ରାଉନସୁଗାର ଜବତ: ୪ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଗାଁ ନିକଟରେ ଥବା ଏକ କମ୍ପାନୀ ନିକଟରୁ ଜବତ ହେଲା ବ୍ରାଉନସୁଗାର । ୫୧ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହାସହ ୪ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୨ଟି ବାଇକ୍ ଜବତ ହୋଇଛି।

ତେବେ ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁରୁଜଙ୍ଗ ଗାଁର ସର୍ବେଶ୍ଵର ବେହେରା, ଜୀବନ ମିଶ୍ର, ମଠସାହିର କବିରାଜ ପ୍ରଧାନ, ବାଙ୍କୀ ଥାନା ଚମ୍ପତିପୁର ଗାଁର ଚିକୁନ ସାହୁ।

Related Posts