ପାଉଁଶ ପଲିଟିକ୍ସ୍‌

ଝାରସୁଗୁଡା ଜିଲ୍ଲାରେ ସମସ୍ୟା ପାଲଟିଛି କାରଖାନାର ବର୍ଜ୍ୟ ପାଉଁଶ । ବିଭିନ୍ନ ଶିଳ୍ପାନୁଷ୍ଠାନ ତଳୁଆ ଜମି କୁ ସମତଳ ପାଇଁ ପାଉଁଶ ପୋତିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ରୁ ସର୍ତ୍ତମୂଳକ ଅନୁମତି ଆଣୁଥିବା ବେଳେ ନଦୀ କୂଳରେ ଓ ଜିଲାପାଳ ଅଫିସ ପଛପଟେ 20 ରୁ ଉର୍ଦ୍ଧ ଫୁଟ ଉଚ୍ଚତା ର ପାଉଁଶ ପୋତୁଛନ୍ତି । ଗୋଟିଏ ପଟେ ସରକାର ମହାନଦୀ କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି ଝାରସୁଗୁଡା ରେ । ବେଆଇନ ଭାବେ ଈବ ଓ ଭେଡେନ ନଦୀ କୂଳରେ ପାହାଡ଼ ଭଳିଆ ପାଉଁଶ ଗଦା ହୋଇଥିବା ବେଳେ ବର୍ଷା ଦିନେ ସିଧାସଳଖ ନଦୀ ରେ ମିଶି ପ୍ରଦୂଷିତ ହେବା ସହ ଚାଷ ଜମି ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି ।

ପ୍ରଦୂଷଣକୁ ନେଇ ଝାରସୁଗୁଡାରେ ଚର୍ଚ୍ଚା ଜୋର ଧରିଛି । ତେବେ ଶିଳ୍ପସମୃଦ୍ଧ ଝାରସୁଗୁଡ଼ାରେ ପ୍ରଦୂଷଣ ମାତ୍ରା ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ବଢ଼ୁଥିବା ପ୍ରଦୂଷଣକୁ ନେଇ ଅନେକ ପରିବେଶବିତ୍ ଚିନ୍ତାବ୍ୟକ୍ତ କରିଛନ୍ତି । କେବଳ ଝାରସୁଗୁଡ଼ା ନୁହେଁ, ବ୍ରଜରାଜନଗର ଓ ବେଲପାହାଡ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳକୁ ଏବେ ପ୍ରଦୂଷଣ ଗ୍ରାସ କରିସାରିଲାଣି ।କାରଖାନା ଗୁଡିକରୁ ବିଭିନ୍ନ କଠିନ ବର୍ଜ୍ୟ ତଥା ଫ୍ଲାଏ ଆସ୍ ଯୋଗୁଁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବା ଅଭିଯୋଗ ହେଉଛି । ମହାନଦୀର ଶାଖା ନଦୀ ଇବ୍‌ ଓ ଭେଡ଼େନ ନଦୀର ପ୍ରଦୂଷିତ ଜଳ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳରେ ମିଶୁଛି ।ଜିଲ୍ଲାରେ ବାସ୍ତବରେ ଶିଳ୍ପ ଜନିତ ପ୍ରଦୂଷଣର ପ୍ରଭାବ ବହନ କରିବାର କ୍ଷମତା ମୂଲ୍ୟାୟନ କରିବାକୁ ଦାବି ହୋଇଛି । ପ୍ରଶାସନ ଓ ବିଭିନ୍ନ କମ୍ପାନୀ ମଧ୍ୟରେ ବର୍ଜ୍ୟବସ୍ତୁ ସୁପରିଚାଳନାକୁ ନେଇ ସ୍ବଚ୍ଛତା ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ବିଷମୟ ପରିବେଶରେ ବଞ୍ଚୁଥିବା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଦୃତ ଅବନତି ହେବା ସହିତ ଶ୍ବାସ ଓ ହୃଦୟ ଜନିତ ରୋଗ ବଢ଼ୁଥିବା ମଧ୍ୟ ଜଣାପଡିଛି । ଈବ ନଦୀ , ଜାତୀୟ ରାଜପଥ ୪୯ ରାସ୍ତା ପାଶ୍ୱର୍ରେ ଓ ଝାରସୁଗୁଡା ଜିଲାପାଳ ଅଫିସ ପଛପଟେ ବେଆଇନ ଭାବେ ପାଉଁଶ ପୋତା ଯାଉଛି । କଳ କାରଖାନା କର୍ତ୍ତୁପକ୍ଷ ଏବଂ ପାଉଁଶ ସ୍ଥାନାନ୍ତର କାମ ନେଇଥିବା ଥିବା ଠିକା ସଂସ୍ଥା ଯେଉଁଠି ଖାଲି ସ୍ଥାନ ପାଉଛନ୍ତି ସେଠି ପାଉଁଶ ଜମା କରିଦେଉଛନ୍ତି । ଫଳରେ ପ୍ରଦୂଷଣ ପାଇଁ ହନ୍ତସନ୍ତ ଅଞ୍ଚଳବାସୀ । ଝାରସୁଗୁଡା ଜିଲ୍ଲାରେ କଳକାରଖାନାର ବର୍ଜ୍ୟ ପାଉଁଶ ସାଧାରଣ ଲୋକଙ୍କୁ ଅଣନିଶ୍ୱାସୀ କରୁଛି । ଫଳରେ ବର୍ଷା ଦିନେ ପାଉଁଶ ସିଧାସଳଖ ନଦୀ ରେ ମିଶୁ ଥିବା ବେଳେ ସିଧାସଳଖ ହୀରାକୁଦ ଜଳଭଣ୍ଡାର ଜୈବ ବିବିଧତା ଉପରେ ପ୍ରଭାବ ପଡୁଥିବା ସହିତ ଚାଷ ଜମି ଉପରେ ପ୍ରଭାବ ପଡୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ବିଭିନ୍ନ କମ୍ପାନୀରୁ ନିର୍ଗତ ପାଉଁଶ ସହରବାସୀଙ୍କ ଚିନ୍ତା ବଢାଇଛି । ପ୍ରଦୂଷଣ ବିଭାଗର ନିର୍ଦ୍ଦେଶକୁ କମ୍ପାନୀ ଗୁଡ଼ିକ ମାନୁନଥିବାରୁ ସାଧାରଣରେ ଅସନ୍ତୋଷ ବଢିଛି । ଏହି ପାଉଁଶ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ ହୋଇ ଲୋକଙ୍କ ଶ୍ୱାସକ୍ରିୟା କରିବାରେ ବାଧା ସୃଷ୍ଟି କରୁଛି ।

ପଶ୍ଚିମ ଓଡିଶାର ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାପାଇଁ ଶିଳ୍ପାଞ୍ଚଳ ର ପାଉଁଶ ସାଜିଛି ବୋଝ ଉପରେ ନଳିତା ବିଡା । ତିନୋଟିଟି ଯାକ ଜିଲ୍ଲାରେ ଏମିତି କୌଣସି କମ୍ପାନୀ ନାହିଁ ଯାହାର ପାଉଁଶ ପାଇଁ ଲୋକେ ଭୋଗୁ ନାହାନ୍ତି ଦୁଃଖ ଯନ୍ତ୍ରଣା । କମ୍ପାନୀ କତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀ ଙ୍କ ଅସାଧୁ ମେଣ୍ଟ ର ଫଳ ଭୋଗୁଛନ୍ତି ଅଞ୍ଚଳବାସୀ । କେବେ ଚାଷ ଜମିରେ ତ କେବେ ଗାଁ ପୋଖରୀରେ, କେବେ ଗାଁ ମୁଣ୍ଡ ରାସ୍ତା କଡରେ ର କେବେ ନଦୀ ନାଳ ରେ ଫୋପାଡ଼ି ଦିଆ ଯାଉଛି କମ୍ପାନୀ ରୁ ବାହାରୁଥିବା ପାଉଁଶ । ସୁନ୍ଦରଗଡ଼,ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ଏଭଳି ସମସ୍ୟା କୁ ନେଇ ବର୍ତ୍ତମାନ ରାଜ୍ୟ ବିଜେପି ଚିନ୍ତାରେ । ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଗଠନ କରାଯାଇଛି ଏକ ଫେକ୍ଟ ଫାଇଣ୍ଡିଙ୍ଗ ଟିମ । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ କୁଚିଣ୍ଡା ବିଧାୟକ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ଫେକ୍ଟ ଫାଇଣ୍ଡିଙ୍ଗ ଟିମ ରେ ବରଗଡ଼ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ନାଉରି ନାଏକ, ସୁନ୍ଦରଗଡ ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ବିରମିତ୍ରପୁର ବିଧାୟକ ଶ୍ରୀଯୁକ୍ତ ଶଙ୍କର ଓରାମ, ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ପ୍ରମୁଖ ରହିଛନ୍ତି ।
ବୁଧବାର ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲା ବିଜେପିର ଫେକ୍ଟ ଫାଇଣ୍ଡିଙ୍ଗ ଟିମ ।ପୂର୍ବତନ ବିଧାୟକ ରବି ନାୟକ ଙ୍କ ଅଧ୍ୟକ୍ଷତାରେ ରେ ଆସିଥିବା ଏହି ଦଳରେ ବରଗଡ଼ ସାଂସଦ ସୁରେଶ ପୁଜାରୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରେଙ୍ଗାଲି ବିଧାୟକ ନାଉରି ନାଏକ,ବିରାମିତ୍ର ପୁର ବିଧାୟକ ଶଙ୍କର ଓରାମ, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଭୁଶୁଡ଼ି ପଡିଥିବା ବେଦାନ୍ତର ପାଉଁଶ ପାହାଡ, ଶ୍ରୀପୁରା ଅଞ୍ଚଳରେ ଥିବା ବେଆଇନ ପାଉଁଶ ଡମ୍ପିଙ୍ଗ ୟାର୍ଡ଼ ପରିଦର୍ଶନ କରି ଶହ ଶହ ଏକରରେ ବେଆଇନ ପାଉଁଶ ପାହାଡ଼ ଦେଖି ବିସ୍ମିତ ହୋଇ ଯାଇଥିଲେ ।

ଲଗାଣ ବର୍ଷାରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପାଖରେ ଥିବା ବେଦାନ୍ତ ର ପାଉଁଶ ପାହାଡ଼ ଭୁଶୁଡ଼ି ପଡି ନିକଟରେ ବହି ଯାଇଥିବା ଏକ ପ୍ରାକୃତିକ ଜଳ ସ୍ରୋତ ପୋତି ହୋଇ ଯାଇଥିବା ଘଟଣାରେ ବିଜେପିର ଫେକ୍ଟ ଫାଇଣ୍ଡିଙ୍ଗ ଟିମ କ୍ଷୋଭ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଏପରି କାର୍ଯ୍ୟ କୁ କିପରି ଭାବରେ ଅନୁମତି ପ୍ରଦାନ କଲା ଓ ବର୍ଷାଧିକ କାଳ ଏହି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଘଟଣାରେ ଉଭୟ ବିଧାନସଭା ସଂସଦ ରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସାଂସଦ ଓ ବିଧାୟକ ମାନେ କହିଛନ୍ତି ।

ଗତ ଏକ ବର୍ଷ ରୁ ଅଧିକ ସମୟ ଧରି ବେଦାନ୍ତ କମ୍ପାନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପଟେ କାରଖାନାରୁ ବାହାରୁଥିବା ପାଉଁଶ କୁ ଗଦା କରୁଛି । ଅବ୍ୟବହୃତ ଖାଲୁଆ ଅଞ୍ଚଳ ଜମି ପୋତିବା କୁ କହି ସମଗ୍ର ଅଞ୍ଚଳରେ ପାଉଁଶ ପାହାଡ଼ ସୃଷ୍ଟି କରିଦିଆଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ନୀରବ ରହିଛି ।ଗୋଚର ଜମି ରେ ଏହି ବେଆଇନ କାମ ଚାଲିଛି , ଝାରସୁଗୁଡ଼ା ସହରାଞ୍ଚଳ ର ୯ ନମ୍ବର ୱାର୍ଡ ର ପଞ୍ଚପଡା ଅଞ୍ଚଳରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଛ ପଟକୁ ଲାଗି ରହିଥିବା ସରକାରୀ ଜମିର ଖାଲୁଆ ଅଞ୍ଚଳରେ ବେଦାନ୍ତ କମ୍ପାନୀ କୁ ପାଉଁଶ ପକାଇ ପୋତିବା ସମତଳ କରିବାକୁ ଅନୁମତି ମିଳିଛି ।ଖୋଦ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ଅନୁମତି ପ୍ରଦାନ କରାଯାଇଥିବା ବିସ୍ମୟକର ବୋଲି ସେ କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ବେଦାନ୍ତ ଏକ ପରିବହନ ସଂସ୍ଥା ମାଧ୍ୟମରେ ସେହି ଅଞ୍ଚଳରେ ଖାଲୁଆ ଜମିକୁ ପୋତି ସମତଳ କରିବା ପରିବର୍ତେ ବେଆଇନ ଭାବରେ ତା ଉପରେ ପାଉଁଶ ପାହାଡ଼ ସୃଷ୍ଟି କରିଦେଇଛି । କେବଳ ପଞ୍ଚପଡା ନୁହେଁ ସହରାଞ୍ଚଳରେ ଅନେକ ସ୍ଥାନରେ ଏପରି ପାଉଁଶ ପାହାଡ଼ ସୃଷ୍ଟି କରିଛି । ବର୍ଷା ହେଲେ ସେହି ପାଉଁଶ ପାହାଡ଼ ସବୁ ଭୁଶୁଡ଼ି ପଡି ନିକଟସ୍ଥ ଚାଷ ଜମି ଓ ପ୍ରାକୃତିକ ଜଳସ୍ରୋତ ଝରଣା ଓ ନଦୀ ନାଳରେ ମିଶୁଛି । ଝାରସୁଗୁଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଛପଟରେ ଥିବା ଏକ ପ୍ରାକୃତିକ ଝରଣା ମଧ୍ୟ ପୋତି ହୋଇଯାଇଛି । ସେହି ପାଉଁଶ ଏବେ ବର୍ଷାରେ ଧୋଇ ହୋଇ ଇବ ନଦୀ ରେ ମିଶୁଛି । ଯାହାକି ହୀରାକୁଦ ଜଳଭଣ୍ଡାର କୁ ପ୍ରଭାବିତ କରୁଛି ବୋଲି କମିଟି ଅଭିଯୋଗ କରିଛି ।

ଅନ୍ୟପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଠାରୁ ଜମି ସମତଳ କରିବା ନାମରେ ପାଉଁଶ ପୋତିବା ପାଇଁ ସର୍ତ୍ତମୂଳକ ଅନୁମତି ନେଉଥିବା ବେଳେ ଝାରସୁଗୁଡା ରେ ଏହାର ଖୋଲାଖୋଲି ଉଲ୍ଲଘଂନ ହେଉଛି ।ବଜ୍ୟ ପାଉଁଶ ରାସ୍ତା କଡ ସହ ନଦୀ କୂଳରେ ବେଆଇନ ଭାବେ ଗଦା କରୁଥିବା ବାରମ୍ବାର ଅଭିଯୋଗ ପରେ ବି ପେଶି ହେଉଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ତେବେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କର ନିରବତା କେବେ ଭାଙ୍ଗୁଛି ଦେଖିବାକୁ ବାକି ରହିଲା ।

Related Posts