ସୁରକ୍ଷା କର୍ମୀ-ମାଓ ଗୁଳିବିନିମୟ ୫ ମାଓ ମୃତ; ୨ ଯବାନ ସହିଦ

ସତ୍ୟପାଠ ବ୍ୟୁରୋ:  କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲ ରେ ମାଓ ଅପରେସନ । କଳାହାଣ୍ଡି ପୋଲିସ ଦ୍ବାରା ଡିଭିଏଫ ଓଏସଓଜି ମିଳିତ ଅପରେସନ । ଅପରେସନରେ ଗୁଳିବିନିମୟ ବେଳେ ୫ମାଓବାଦୀ ନିହତ । କଳାହାଣ୍ଡିର ସିର୍କି ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି । ଏନେଇ ଅଧିକ ଫୋର୍ସ ପଠାଯାଇଥିବା ସୂଚନା ରହିଛି । ତେବେ ଆଜି(ବୁଧବାର) ସକାଳ ୧୧ ବେଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା । ଅପରେସନରେ ଦିନ ୧୧ଟା ସମୟରେ ଉଭୟ ପଟୁ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ୩ ମହିଳା ଓ ଦୁଇ ପୁରୁଷ ମାଓବାଦୀ ବୋଲି କଳାହାଣ୍ଡି ଏସ୍ପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।ଏହି ଅପରେସନ ରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି ।ଅନ୍ୟ ଅପରେସନରେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇଛି । ଅପରେସନ ଜାରି ରହିଛି ।

Related Posts